ସାମ୍ବାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ଜାମିନ : ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ପାଲଟା ଏତଲା, ମାମଲା ରୁଜୁ
ବଲାଙ୍ଗିର, ୧ ଜୁନ୍ (ହି.ସ.)- ରାଜ୍ୟର ବହୁଚର୍ଚ୍ଚିତ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ମାଡମାରି ହତ୍ୟା ଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ଏସଡିଜେଏମ କୋର୍ଟରୁ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇଙ୍କ ସମେତ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଜଣାପଡିଛି । ତେବ
ସାମ୍ବାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ଜାମିନ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ପାଲଟା ଏତଲା,ମାମଲା ରୁଜୁ


ସାମ୍ବାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ଜାମିନ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ପାଲଟା ଏତଲା,ମାମଲା ରୁଜୁ


ବଲାଙ୍ଗିର, ୧ ଜୁନ୍ (ହି.ସ.)- ରାଜ୍ୟର ବହୁଚର୍ଚ୍ଚିତ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ମାଡମାରି ହତ୍ୟା ଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ଏସଡିଜେଏମ କୋର୍ଟରୁ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇଙ୍କ ସମେତ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଜଣାପଡିଛି । ତେବେ ଠିକାଦାରଙ୍କ ଗୁଣ୍ଡାମାନେ ସାମ୍ବାଦିକ ବିଜୟ ପଧାନଙ୍କୁ ହାତବାନ୍ଧି ପ୍ରବଳ ମାଡମାରି ଲହୁଲୁହାଣ କରିଦେଲେ । ମାଡରେ ବିଜୟଙ୍କ ଡାହାଣ କାନର ପରଦାଫାଟି ଯାଇ ରକ୍ତସ୍ରାବ ହୋଇଥିଲା । ଏବେ ମଧ୍ୟ ସାମ୍ବାଦିକ ବିଜୟ ପଧାନ ଚିକିତ୍ସିତ ହେଉଛନ୍ତି। ପୁଇଁତଳା ପୋଲିସକୁ ଉକ୍ତ କାନପରଦା ଫାଟିବା ଓ ରକ୍ତସ୍ରାବ ହେବାର ଡାକ୍ତରୀ ରିପୋର୍ଟ ପ୍ରଦାନ କରାଯାଇଥିଲେ ହେଁ ପୋଲିସ ହତ୍ୟା ଉଦ୍ୟମ ଦଫା ନଲଗାଇ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିବାରୁ କୋର୍ଟରେ ଅଭିଯୁକ୍ତଙ୍କର ଶୀଘ୍ର ଜାମିନ ହୋଇଥିବା ଅଭିଯୋଗ ଉଠୁଛି। ସେପଟେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ପାଲଟା ଅଭିଯୋଗ କରି ପୁଇଁତଳା ଥାନାରେ ମେ ୨୭ ତାରିଖରେ ଏତଲା ଦେଇଛନ୍ତି । ତାଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସାମ୍ବାଦିକ ବିଜୟଙ୍କ ଅଭିଯୋଗ ଆଧାରରେ ଠିକାଦାର ଗଜେନ୍ଦ୍ର ଦଳେଇ ଓ ଅନ୍ୟ ୪ଜଣଙ୍କ ନାମରେ ପୁଇଁତଳା ଥାନାରେ ମାମଲା ନମ୍ବର-୧୬୫/୨୦୨୫ ରୁଜୁ ହୋଇଥିବା ବେଳେ ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ମୁନୀ ଦଳେଇଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମାମଲା ନମ୍ବର- ୧୭୩/୨୦୨୫ ଦଫା-୨୯୬, ୩୦୮(୨),୩୫୧(୩) ବିଏନଏସ ରୁଜୁ ହୋଇଛି । ମୁନୀ ଦଳେଇ ଅଭିଯୋଗ କରିଛନ୍ତି ଯେ, ଗତ ମେ ୨୨ ତାରିଖରେ ସାମ୍ବାଦିକ ବିଜୟ ପଧାନ ତାଙ୍କ କୁଲଥିପାଲି ଘରକୁ ଆସି ଅଶ୍ଲିଳଭାଷାରେ ଗାଳିଗୁଲଜ କରି ତାଙ୍କ ସ୍ୱାମୀଙ୍କୁ ଧମକଦେଇ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେଲେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ପୂର୍ବରୁ ଫୋନପେ ରେ ୧୦ ହଜାର ଟଙ୍କାର ଚାନ୍ଦା ନେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ, ଏହି ଅଭିଯୋଗକୁ ସାମ୍ବାଦିକ ବିଜୟ ପଧାନ ଅସ୍ୱୀକାର କରିବା ସହିତ ସେ ୨୨ ତାରିଖରେ କେଉଁଠାରେ ଥିଲେ ତାହାର ଲୋକେସନ ବାହାର କଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି । କୁଲଥିପାଲି ଗାଁରେ ଗତ ୧୦ ବର୍ଷରେ କେତେ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ଓ ସେହି କାମଗୁଡିକର ତଦନ୍ତ କରିବାକୁ ନେଇ ନ୍ୟୁଜ ପରିବେଷଣ ପରେ ଠିକାଦାର ଆକ୍ରୋଶମୂଳକ ଭାବରେ ତାଙ୍କୁ କଙ୍ଗାରୁକୋର୍ଟ କରି ଆକ୍ରମଣ କରାଇଛି ବୋଲି କହିଛନ୍ତି । ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବାକୁ ସାମ୍ବାଦିକ ବିଜୟ ପଧାନ ସମେତ ସାମ୍ବାଦିକ ମହଲରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande