ଜୟପୁର, ୧ ଜୁନ୍ (ହି.ସ.)- ଜୟପୁର ସଦରଥାନା ଅନ୍ତର୍ଗତ ଦାମାପୁଟ ଗ୍ରାମରେ ଜଣେ ମହିଳାକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ସଦରପୁଲିସ ସେହି ଗ୍ରାମର କପିଳ ଶୁକ୍ରିକୁ ଗିରଫ କରି କୋର୍ଟଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କପିଳ ଏକ ଟାଙ୍ଗିଆ ଧରି ଜ୍ୟୋତିପ୍ରଭା ଖୋଡାଙ୍କୁ ଆକ୍ରମଣ କରିବାକୁ ଆସିଥିଲା । ପରିବାର ଲୋକେ ଟାଙ୍ଗିଆଟିକୁ ଛଡାଇ ନେବା ପରେ ପୁଣିଥରେ ଅଭିଯୁକ୍ତ କପିଳ ଏକ କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କାଠ ଫାଳିଆଟି ମୁଣ୍ଡରେ ନ ବାଜି ହାତରେ ବାଜିଥିଲା। ଯାହା ଫଳରେ ଜ୍ୟୋତିପ୍ରଭାଙ୍କୁ ଗୁରୁତର ଆଘାତ ଲାଗିଥିଲା । ଏନେଇ ସଦରଥାନାରେ ଜ୍ୟୋତିପ୍ରଭା ଲିଖିତ ଭାବେ ଜଣାଇବା ପରେ ସଦର ପୁଲିସ ଏକ ମାମଲା ରୁଜୁ କରି କପିଳକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି