ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧିକୁ ଦୁଗ୍ଧଚାଷୀ ମହାସଂଘର ସ୍ୱାଗତ
ଭୁବନେଶ୍ୱର, ୦୧ ଜୁନ (ହି.ସ.) - ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧି କରିବାକୁ ଯେଉଁ ଘୋଷଣାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସ୍ୱାଗତ କରିଛି। ଏହାଫଳରେ ଓମ୍‌ଫେଡ୍ ସହିତ ଅନୁବନ୍ଧିତ ୨ଲକ୍ଷ ୭୮ ହଜାର ଚାଷୀ ପରିବାର ଉପକୃତ ହେବେ ଏବଂ ପରୋକ୍ଷ ଭାବରେ ଦୁଗ୍ଧ ଓ ଦୁଗ୍ଧଜା
ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧିକୁ ଦୁଗ୍ଧଚାଷୀ ମହାସଂଘର ସ୍ୱାଗତ


ଭୁବନେଶ୍ୱର, ୦୧ ଜୁନ (ହି.ସ.) - ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧି କରିବାକୁ ଯେଉଁ ଘୋଷଣାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସ୍ୱାଗତ କରିଛି। ଏହାଫଳରେ ଓମ୍‌ଫେଡ୍ ସହିତ ଅନୁବନ୍ଧିତ ୨ଲକ୍ଷ ୭୮ ହଜାର ଚାଷୀ ପରିବାର ଉପକୃତ ହେବେ ଏବଂ ପରୋକ୍ଷ ଭାବରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟକୁ ଜୀବିକା କରି ପରିବାର ପୋଷଣ କରୁଥିବା ୧୫ଲକ୍ଷ ପରିବାର ଉପକୃତ ହେବେ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ପ୍ରକାଶ କରିଛନ୍ତି । ଏଥିପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଓଡ଼ିଶାର ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଗତ ମାର୍ଚ୍ଚ ମାସ ଠାରୁ ପ୍ରଗତି ଲିଟର ପିଛା ୩ଟଙ୍କା, ମିଲ୍କ ମୁଁ ୩ଟଙ୍କା ଓ ଅମୁଲ ଲିଟର ପିଛା ୩ ଟଙ୍କା କ୍ଷୀର ଦର ବୃଦ୍ଧି କରିଥିଲା ବେଳେ ଓମ୍‌ଫେଡ୍ ପକ୍ଷରୁ ଦର ବୃଦ୍ଧି ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଚାଷୀମାନଙ୍କ ଭିତରେ ଗଭୀର ଅସନ୍ତୋଷ ବ୍ୟାପୁଥିଲା ବେଳେ ଓମ୍‌ଫେଡ୍ ପ୍ରତି ଚାଷୀମାନେ ବିମୁଖ ହେଉଥିଲେ ଏବଂ କ୍ଷୀର ଦେବାପାଇଁ ଆଗ୍ରହ ପ୍ରକାଶ କରୁନଥିଲେ । କିନ୍ତୁ ଆଜିର ଏହି ଲିଟର ପିଛା ୩ଟଙ୍କା ଦର ବୃଦ୍ଧି ପୁଣି ଥରେ ଚାଷୀଙ୍କୁ ଉପକୃତ କରିବ ବୋଲି ମହାସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହାବ୍ୟତୀତ ସରକାର ଦୁଗ୍ଧ ଚାଷୀମାନଙ୍କ ପାଇଁ ଘୋଷଣା କରିଥିବା ୧ଲକ୍ଷ ଟଙ୍କା ବୀମା ରାଶିକୁ ମହାସଂଘ ସ୍ୱାଗତ କରିଛି । ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ଶିକାର ହୋଇଥିବା ୧ କୋଟି ୪୦ଲକ୍ଷ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସପ୍ତାହକୁ ଅନ୍ତତଃ ଦୁଇଥର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଏବଂ ମିଲ୍କ ପାଉଡର ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହାହେଲେ ରାଜ୍ୟରେ ଗ୍ରାମାଞ୍ଚଳରେ ଅର୍ଦ୍ଧଶିକ୍ଷିତ ଓ ମହିଳାମାନେ ଗୋପାଳନ ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ଦାଦନ ସମସ୍ୟାର ସମାଧାନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ହୋଇପାରିବ ବୋଲି ମହାସଂଘ ଆଶାପ୍ରକାଶ କରୁଛି । ବଜାରରେ ହୁ ହୁ ହୋଇ ବଢୁଥିବା ଗୋଖାଦ୍ୟ ଦରକୁ ନିୟନ୍ତ୍ରଣ କରି ସବୁଜ ଘାସ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ଏବଂ ବାୟୋଗ୍ୟାସ୍ ପ୍ଲାଣ୍ଟକୁ ପୁନର୍ବାର ଗ୍ରାମାଞ୍ଚଳରେ ସବୁଜ ଶକ୍ତି ପାଇଁ ପୁନଃ ନିର୍ମାଣ କରିବାକୁ ମହାସଂଘ ଦାବି କରିଛି । ବିଶ୍ୱ ଦୁଗ୍ଧ ଦିବସ ଉପଲକ୍ଷେ େଅନୁଷ୍ଠିତ ରାଜ୍ୟସ୍ତରୀୟ ସଭାରେ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣାକୁ ସ୍ୱାଗତ କରି ମହାସଂଘର ଅଧ୍ୟକ୍ଷ ରବି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ କରି କୃତଜ୍ଞତା ଜ୍ଞାପନ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande