ନୁଆଦିଲ୍ଲୀ 1 ଜୁନ
(ହି.ସ)-ଦେଶରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।କରୋନା ଭାଇରସରେ
ଗତ 24ଘଣ୍ଟାରେ ଦୁଇଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।କର୍ଣ୍ଣାଟକରେ 63 ବର୍ଷୀୟ ବୃଦ୍ଧ ରୋଗୀଙ୍କ
ମୃତ୍ୟୁ ହୋଇଛି ,ଯିଏ ପୁର୍ବରୁ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ଥିଲେ।କେରଳରେ 24ବର୍ଷର ଏକ ଯୁବତୀଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର
ସକାଳେ ଜାରି ତଥ୍ୟରେ କହିଛନ୍ତି ଯେ ଦେଶରେ ଆକ୍ଟିଭ କୋଭିଡ କେସ ସଂଖ୍ୟା ବୃଦ୍ଧି ହୋଇ 3758
ହୋଇଛି।ଗତ 24 ଘଣ୍ଟାରେ 363 ନୁତନ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଥିବାବେଳେ 1818 ରୋଗୀଙ୍କ
ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଛି।ତଥ୍ୟ ଅନୁଯାୟୀ ସମସ୍ତ ରାଜ୍ୟରେ କରୋନା ମାମଲା ଦ୍ରୁତ
ଗତିରେ ବୃଦ୍ଧି ପାଉଛି।କେରଳରେ ସର୍ବାଧିକ 1400,ମହାରାଷ୍ଟ୍ରରେ 485 ଏବଂ ଦିଲ୍ଲୀରେ 436 କରୋନା
ରୋଗୀ ଅଛନ୍ତି।ଦେଶରେ କରୋନାର 4 ନୁତନ ପ୍ରକାର ୱେରିଏଣ୍ଟ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା