ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଜରୁରୀ ଅଧିବେଶନ
ଭଦ୍ରକ, ୧୦ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ କକ୍ଷ ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ସଂଘର ଦାବୀ ସଂପର୍କୀୟ ଏକ ଜରୁରୀ ଅଧିବେଶନ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମଂଚାସୀନ ଥିଲେ କାର୍ଯ୍ୟକାରୀ
ABASARAPRAPTA SARAKARI KARMACHARI


ଭଦ୍ରକ, ୧୦ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ କକ୍ଷ ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ସଂଘର ଦାବୀ ସଂପର୍କୀୟ ଏକ ଜରୁରୀ ଅଧିବେଶନ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମଂଚାସୀନ ଥିଲେ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ହରମୋହନ କୁଅଁର, ଡ଼ଃ ଗୋଲକ ବିହାରୀ ସାହୁ ଓ ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ । ସର୍ବଭାରତୀୟ ଷ୍ଟେଟ୍ ପେନ୍‌ସନ୍‌ର ସଂଘର ଆହ୍ୱାନ କ୍ରମେ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ସଂଘର ପ୍ରମୁଖ ଦାବୀ ସଂପର୍କରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର, ସଦସ୍ୟ ଚନ୍ଦ୍ରମୋହନ ମହାନ୍ତି ଓ ଅରବିନ୍ଦ ବସନ୍ତରାୟ ରାଜ୍ୟସ୍ତରରେ ଅନୁଷ୍ଠିତ ଅଧିବେଶନରେ ଆଲୋଚିତ ବିଷୟରେ ଓ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାପତି ମଧ୍ୟ ସେ ସଂପର୍କରେ ବିଶଦ ଭାବରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଭାରତରେ ପ୍ରାକ୍ ସ୍ୱାଧୀନତା କାଳରୁ ଓ ସ୍ୱାଧୀନତା ପରବର୍ତୀ ୭ଟି ବେତନ କମିଶନରେ କାର୍ଯ୍ୟରତ କର୍ମଚାରୀ ଓ ଦୀର୍ଘ ବର୍ଷ କାର୍ଯ୍ୟକରି ଅବସର ନେଇଥିବା ସମସ୍ତ ପେନ୍‌ସନରଙ୍କ ପେନ୍‌ସନ ବୃଦ୍ଧି ହୋଇଥାଏ । ଏହା ଦରଦାମ୍ ଓ ଲିଭିଙ୍ଗକଷ୍ଟ ବୃଦ୍ଧି ଦୃଷ୍ଟିରୁ ହୋଇ ଆସୁଅଛି । ଏହା ଫଳରେ ସମସ୍ତ ପେନ୍‌ସନର ନିଜର ମାନବାଧିକାର ତଥା ମୌଳିକ ଅଧିକାର ସ୍ୱରୂପ ପେନ୍‌ସନ ସଂଶୋଧନ ହୋଇ ନୂତନ ବୃଦ୍ଧି ପେନ୍‌ସନ୍‌୍‌ପ୍ରାପ୍ତ ହୋଇଥାଆନ୍ତି । ମାତ୍ର ଆସନ୍ତା ୨୦୨୬ର ବେତନ କମିଶନରର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟ ସଭାରେ ଗୃହୀତ କରାଇ ମାର୍ଚ୍ଚ ମାସରେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କରାଇ ଅଷ୍ଟମ ବେତନ କମିଶନର ଭାରତର କୌଣସି ବର୍ଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବେତନ ବୃଦ୍ଧିପାଇଁ ଅର୍ନ୍ତଭୁକ୍ତ ନକରାଇବା ସହିତ ପେନ୍‌ସନରଙ୍କ ପେନ୍‌ସନ୍ ବୃଦ୍ଧି ନକରାଇବା ପାଇଁ ଆଇନରେ ପରିଣତ କରାଇ ଅଛନ୍ତି। ଏହା ଦ୍ୱାରା ଦୀର୍ଘ ଦିନର ପ୍ରଚଳିତ ନିୟମର ପରିବର୍ତନ କରାଇ କେନ୍ଦ୍ର ସରକାର ପେନ୍‌ସନରଙ୍କ ପେନ୍‌ସନ୍ ବୃଦ୍ଧି ବନ୍ଦକରି ସେମାନଙ୍କର ଜୀବନ ଜୀବିକାପ୍ରତି କୁଠାରଘାତ କରାଇଛନ୍ତି । ଏ ସଂପର୍କରେ ସର୍ବଭାରତୀୟ ସ୍ତରରେ ଆସନ୍ତା ୨୩ ତାରିଖରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏହାର ପୁର୍ନବିଚାର କରି ପାଶ୍ କରାଇଥିବା ଆଇନ୍ ପ୍ରତ୍ୟାହାର ପାଇଁ ଦୀବୀପତ୍ର ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ଏହାକୁ ସମର୍ଥନ କରିଥିଲେ । ନୂତନ ସଦସ୍ୟତା ଗ୍ରହଣ କରିଥିବା ବସନ୍ତ କୁମାର ସାହାଣୀଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସାହୁ, ମଦନ ମୋହନ ନାୟକ, କିଶୋର ଚନ୍ଦ୍ର ରାୟ, ଡ଼ଃ ରାଧାରାଣୀ ମହାପାତ୍ର, ସୁରେଶ କୁମାର ସାହୁ, ଯୁଧିଷ୍ଠିର ବାରିକ୍‌, ରମେଶ ଚନ୍ଦ୍ର ଦାସ, ଆଦିତ୍ୟ କୁମାର ନାୟକ, ଉପେନ୍ଦ୍ର ରାଉତ, ରବୀନ୍ଦ୍ର ନାୟକଙ୍କ ସମେତ ଅନେକ ସଦସ୍ୟା / ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande