ଜମନକିରା ବ୍ଲକରେ ଏକ ବର୍ଷ ଉପଲବ୍ଧିରେ ବିଭିନ୍ନ କାର୍ଯ୍ୟକ୍ରମ
ଜମନକିରା ବ୍ଲକରେ ଏକ ବର୍ଷ ଉପଲବ୍ଧିରେ ବିଭିନ୍ନ କାର୍ଯ୍ୟକ୍ରମ
ଜମନକିରା ବ୍ଲକରେ ଏକ ବର୍ଷ ଉପଲବ୍ଧିରେ ବିଭିନ୍ନ କାର୍ଯ୍ୟକ୍ରମ


ସମ୍ବଲପୁର, ୧୨ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁରୁଣା ଥାନା ପଡିଆରେ ଏକ ବର୍ଷ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ଜମନକିରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜମନକିରା ସରପଞ୍ଚ ଜାଜ୍ଞଶିନୀ ନାଏକ, ଜମନକିରା ସମିତି ସଭ୍ୟା ଶ୍ରୀମତୀ ମିତା ମାଝୀ, ଗୋକୁଲା ଦାନୀ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇ ଏକ ବର୍ଷ ରେ ସରକାର ଙ୍କ ବିଭିନ୍ନ ଉପଲବ୍ଧି ସମ୍ବନ୍ଧରେ ଜନ ସାଧାରଣ ଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ ଜଣାଇଥିଲେ। ରାଜ୍ୟରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜମନକିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ନୂତନ ହିତାଧିକାରୀଙ୍କୁ ଲେବର କାର୍ଡ, ରାସନ କାର୍ଡ, ଅନ୍ତୋର୍ଦୟ ଗୃହ ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ୱାର୍କ ଅଡର, ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ, ନୂତନ ରିଙ୍ଗ କୂପ ନିର୍ମାଣ ପାଇଁ ୱାର୍କ ଅଡର, ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଭିନ୍ନ ଲାଇନ ଦିପାର୍ଟମେଣ୍ଟ ପକ୍ଷରୁ ଷ୍ଟଲ ଲଗାଯାଇଥିଲା। ସେହିପରି ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଜମନକିରା ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ, ଜମନକିରା ଅର.ଆଇ ବିକ୍ରମାଦିତ୍ୟ ଭୋଇ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା, ନୂତନ ଭାବେ ଆବେଦନ କରିଥିବା ଜାତି ପ୍ରମାଣ ପତ୍ର, ଇନକମ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଜମନକିରା ଏପିଓ ମନୋଜ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜମନକିରା ପଞ୍ଚାୟତ ସମିତି ଜିପିଓ ଅଜୟ ଖଡିଆ, ଜମନକିରା ଗ୍ରାମ ପଞ୍ଚାୟତ ଏଡିଓ ପ୍ରଣୟ କୁମାର ପ୍ରଧାନ ନୂତନ ହିତାଧିକାରୀଙ୍କୁ ବଣ୍ଟନ ରେ ସହଯୋଗ କରିଥିଲେ। ସେହିପରି ଜମନକିରା ଅଞ୍ଚଳର ବସବାସ କରୁଥିବା ୭୦ ବର୍ଷୀୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ନୂତନ ଆୟୁଷ୍ମାନ କାର୍ଡ ଆବେଦନ ପାଇଁ ବିଭିନ୍ନ ଶୀ ଏସ ଶୀ ପକ୍ଷରୁ ଷ୍ଟଲ ଲଗାଯାଇ ଆବେଦନ କରାଯାଇଥିଲା। ଶେଷରେ ଓଏଲଏମ ଅଧିକାରୀ ସରୋଜ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande