ଜିଲ୍ଲା ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ ଉଦଯାପିତ l
Odisha, 13 ଜୁନ୍ (ହି.ସ.)ଖୋର୍ଦ୍ଧା, ଗତ ମଇ ମାସ ୨୯ ତାରିଖରୁ କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା, ଭାରତୀୟ କୃଷି ଅନୁସନ୍ଧାନ ଅନୁଷ୍ଠାନ,ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ମିଳିତ ଆନୁକୁଲ୍ୟରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚାଲିଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ସ୍ଥାନୀୟ
କୃଷି


Odisha, 13 ଜୁନ୍ (ହି.ସ.)ଖୋର୍ଦ୍ଧା, ଗତ ମଇ ମାସ ୨୯ ତାରିଖରୁ କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା, ଭାରତୀୟ କୃଷି ଅନୁସନ୍ଧାନ ଅନୁଷ୍ଠାନ,ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ମିଳିତ ଆନୁକୁଲ୍ୟରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚାଲିଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ସ୍ଥାନୀୟ ଜୟୀରାଜ ଗୁରୁ ଟାଉନ୍ ହଲ୍ ଠାରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ସମାରୋହରେ ବିଧାୟକ, ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଏକ କୃଷି ପ୍ରଧାନ ରାଷ୍ଟ୍ର ହୋଇଥିବା ବେଳେ ବିକଶିତ କୃଷି ସଂକଳ୍ପ ଅଭିଯାନ ସମଗ୍ର ଦେଶ, ରାଜ୍ୟ କୁ ଓ ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ କୃଷି ଓ କୃଷକ ସଶକ୍ତି କରଣ କାର୍ଯ୍ୟକ୍ରମକୁ ସମୃଦ୍ଧ କରି ଖୋର୍ଦ୍ଧା ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କ ଆୟ ବହୁଗୁଣିତ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଅଭିନବ ଯୋଜନା ଏକ ନୂତନ ଦିଗ୍ ଦର୍ଶନ ଦେବ ବୋଲି ଉଦବୋଧନ ରଖିଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ନିର୍ଦେଶକ ଆତ୍ମା ରବି ନାରାୟଣ ସେନାପତି ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ମହା ନିର୍ଦ୍ଦେଶକ, ମତ୍ସ୍ୟ ବିଜ୍ଞାନ, ଡ. ଯେ କେ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏହି କୃଷି ଓ କୃଷକ ସଶକ୍ତି କରଣ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ତଥା ମାଟି ପରୀକ୍ଷଣ ଠାରୁ ଆରମ୍ଭ କରି ଆଧୁନିକ ଯନ୍ତ୍ରପାତି ବ୍ୟବହାର, ଜୈବିକ ପଦ୍ଧତିର ଚାଷ, ମାଟିର ଉର୍ବରତା ବଢ଼ାଇବା,ଜଳବାୟୁ ପରିବର୍ତ୍ତନ ଜନିତ ଚାଷକୁ ଆପଣେଇବା, ମତ୍ସ୍ୟ,ଗୋ ପାଳନ, କୁକୁଡ଼ା,ଉଦ୍ୟାନ କୃଷି, ଖରିଫ ଚାଷ ଓ ରବି ଚାଷ , ମଧୁର ମତ୍ସ୍ୟ ଚାଷ ଆଦିରେ କିପରି ଅଧିକ ଲାଭବାନ ହେବେ, ବିସ୍ତୃତ ଜ୍ଞାନ କୌଶଳ ସମ୍ଵନ୍ଧରେ ବକ୍ତବ୍ୟ ରଖିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ କୃଷି ବିଜ୍ଞାନୀ ତଥା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ହରପ୍ରିୟା ନାୟକ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ସ୍ମିତା ମହାନ୍ତି, ନିର୍ଦେଶକ, କୃଷି ଗବେଷଣା ଅନୁସନ୍ଧାନ ଅନୁଷ୍ଠାନ, ଭୁବନେଶ୍ୱର ଡ. ପି କେ ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କୃଷି ଓ କୃଷକ ସଶକ୍ତି କରଣ କାର୍ଯ୍ୟକ୍ରମକୁ ସୁଦୃଢ କରିବା ରେ ସମସ୍ତ ଅଧିକାରୀ ନିଜ ନିଜ ବିଭାଗରେ କିଭଳି ପ୍ରୟାସ ଜାରିରଖି ବିକଶିତ ଓଡ଼ିଶା ଗଠନ ରେ ବ୍ରତୀ ଅଛନ୍ତି ପ୍ରକାଶ କରିଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ନିର୍ଦେଶକ ଆତ୍ମା ରବିନାରାୟଣ ସେନାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିକଶିତ କୃଷି ସଂକଳ୍ପ ଅଭିଯାନ ୨୦୨୫ ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ଵନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ l ଏହି ଅଭିଯାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାର ୬୦ ଟିରୁ ଉର୍ଦ୍ଧ ଗ୍ରାମରେ ଆୟୋଜନ କରାଯାଇ ୩ଟି କୃଷି ରଥ ମାଧ୍ୟମରେ ୩୦୦୦୦ରୁ ଅଧିକ ଚାଷୀଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସହାୟତା, ବୈଜ୍ଞାନିକ ଜ୍ଞାନ କୌଶଳ ଆପଣେଇବା ଉପରେ ଆଲୋଚନା କରାଯାଇଥିଲା l ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିକାରୀ, କେନ୍ଦ୍ର ସରକାରଙ୍କ କୃଷି ଗବେଷଣା ଅନୁସନ୍ଧାନ କେନ୍ଦ୍ର ବୈଜ୍ଞାନିକ ମାନଙ୍କ ସହ ସିଧା ସଳଖ ଆଲୋଚନା କରି ଚାଷୀ ମାନଙ୍କ ସମସ୍ୟା ସମାଧାନ କରାଯାଇଥିଲା ବୋଲି ଶ୍ରୀ ସେନାପତି ପ୍ରକାଶ କରିଥିଲେ l କାର୍ଯ୍ୟ କ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,କୃଷି ବିଭାଗ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ,୫୦୦ରୁ ଅଧିକ ଚାଷୀ ଯୋଗଦେଇଥିଲେ l ଶେଷରେ ଏ ଡି ଓ ଡ.ମନୋରଞ୍ଜନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande