ବରୁହାଁଠାରେ ବିଜେଡିର ଜନଜାଗରଣ ଅଭିଯାନ : ବିଜେପି ଉପରେ ବର୍ଷିଲା ବିଜେଡି
ଧର୍ମଶାଳା,୧୩ଜୁନ୍‌(ହି.ସ.) - ଯାଜପୁର ଜିଲା ବରୁହାଁ ଦଶହରା ପଡିଆରେ ଆଜି ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ୧ ବର୍ଷର ସରକାରକୁ କଡା ସମାଲୋଚନା କରିବା ସହ ଏହାକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି କହିଛି ବିଜେଡି
ବରୁହାଁଠାରେ ବିଜେଡିର ଜନଜାଗରଣ ଅଭିଯାନ : ବିଜେପି ଉପରେ ବର୍ଷିଲା ବିଜେଡି


ଧର୍ମଶାଳା,୧୩ଜୁନ୍‌(ହି.ସ.) - ଯାଜପୁର ଜିଲା ବରୁହାଁ ଦଶହରା ପଡିଆରେ ଆଜି ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ୧ ବର୍ଷର ସରକାରକୁ କଡା ସମାଲୋଚନା କରିବା ସହ ଏହାକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି କହିଛି ବିଜେଡି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆୟୋଜିତ ସମାବେଶରେ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସଭାପତିତ୍ୱରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ,ପ୍ରତାପ ଦେବ,ଅରୁଣ ସାହୁ,ଦେବୀ ପ୍ରସାଦ ମିଶ୍ର,ସଂଜୟ କୁମାର ଦାସବର୍ମା,ବ୍ୟମକେଶ ରାୟ,ଦିବ୍ୟ ରଂଜନ ତ୍ରିପାଠୀ,ପ୍ରଣବ କୁମାର ବଳବନ୍ତରାୟ,ସନ୍ତରୂପ୍ତ ମିଶ୍ର,ପ୍ରଫୁଲ୍ଲ ସାମଲ,ସରୋଜ କୁମାର ମହାପାତ୍ର,ସ୍ନୋଙ୍ଗିନୀ ଛୁରିଆ,ଟୁକୁନି ସାହୁ,ରାଜଶ୍ରୀ ମଲ୍ଲିକ,ସୁଜାତା ସାହୁ,ସୁଲୋଚନା ଦାସ,ଲେଖାଶ୍ରୀ ସାମନ୍ତସିଂହାର,ଲୋପାମୁଦ୍ର ବକ୍ସିପାତ୍ର,ରାଜ୍ୟ ସଭା ସାଂସଦ ସୁଲତା ଦେଓ,ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ସୁବାଶିନୀ ଜେନା,ଗୀତା ବସ୍ତିଆ ଓ ଉର୍ମୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ସହ ବିଜେପି ଆକାଶ ପାତାଳ ଫରକ । ରଙ୍ଗ ବୋଳା ସରକାର,ମିଥ୍ୟା ପ୍ରତିଶ୍ରୃତି ଦେଇ ସରକାରକୁ ଆସିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ନାରୀ ସୁରକ୍ଷିତ ନୁହେଁ,ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ,ବାଲି,ଖଣି ଖାଦାନରେ ଲୁଟ ଚାଲିଛି । ନିକଟ ଭବିବଷ୍ୟତରେ ଲୋକଙ୍କ ନିକଟରେ ବିଫଳତାର କାହାଣୀ ପଂହଚାଇବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande