ଟାଙ୍କୁଆ ଓ ଡଙ୍ଗରଛିଂଚ ଚାଷୀଙ୍କୁ ସିଏସଓ ଅଫିସ ଘେରାଓ
ଜୟପୁର, ୧୩ ଜୁନ୍ (ହି.ସ.) - ତିନିରୁ ୪ ଦିନ ହେବ ଟାଙ୍କୁଆ ଓ ଡଙ୍ଗରଛିଂଚ ପଂଚାୟତ ଲ୍ୟାମ୍ପସ ମଣ୍ଡିରୁ କେଜିଏ ଧାନ ଉଠିନି। ଆଦ୍ରତା ଠିକ ଥିଲେ ବି କୁଇଂଟାଲ ପିଛା ୫ କେଜି ଓ ଠିକ ନଥିଲେ ୧୦ କେଜି କାଟିବାକୁ ଅଡିବସିଛନ୍ତି ମିଲର। ଏଫଏକ୍ୟୁ ମାନର ଧାନରେ କଟନି ଛଟନି କରିବାକୁ ଚାଷୀ ମନା କରିବାରୁ ଉଠାଉନାହ
ଟାଙ୍କୁଆ ଓ ଡଙ୍ଗରଛିଞ୍ଚି ଚାଷୀଙ୍କୁ ସିଏସଓ ଅଫିସ ଘେରାଓ


ଜୟପୁର, ୧୩ ଜୁନ୍ (ହି.ସ.) - ତିନିରୁ ୪ ଦିନ ହେବ ଟାଙ୍କୁଆ ଓ ଡଙ୍ଗରଛିଂଚ ପଂଚାୟତ ଲ୍ୟାମ୍ପସ ମଣ୍ଡିରୁ କେଜିଏ ଧାନ ଉଠିନି। ଆଦ୍ରତା ଠିକ ଥିଲେ ବି କୁଇଂଟାଲ ପିଛା ୫ କେଜି ଓ ଠିକ ନଥିଲେ ୧୦ କେଜି କାଟିବାକୁ ଅଡିବସିଛନ୍ତି ମିଲର। ଏଫଏକ୍ୟୁ ମାନର ଧାନରେ କଟନି ଛଟନି କରିବାକୁ ଚାଷୀ ମନା କରିବାରୁ ଉଠାଉନାହାନ୍ତି ମିଲର। ଆଜି ଟାଙ୍କୁଆଓ ଡଙ୍ଗରଛିଂଚ ମଣ୍ଡିରେ ଧାନ କ୍ରୟ କରାଯାଇନି। ଡଙ୍ଗରଛିଂଚ ଲ୍ୟାମ୍ପରେ ଆଜି ଚାଷୀଙ୍କୁ ତାଲିକା ଟଙ୍ଗା ଯାଇଥିଲା। ଡଙ୍ଗରଛିଂଚ ମଣ୍ଡିକୁ ପଂଚାୟତର ଚାଷୀ ମାନେ ଧାନ ଆଣିଥିଲେ। କିନ୍ତୁ ମିଲରଙ୍କ ଦେଖା ମିଳିନଥିଲା। ଆଜି ଟାଙ୍କୁଆ ଓ ଡଙ୍ଗରଛିଂଚ ପଂଚାୟତର ଚାଷୀ ମାନେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଖୁବଶୀଘ୍ର ମଣ୍‌ତିରୁ ଧାନ ଉଠାଇବାକୁ ଦାବି କରିଥିଲେ। ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ନଥିବା ଯୋଗୁଁ ଚାଷୀ ମାନେ ଫୋନ ମାଧ୍ୟମରେ ଅଭିଯୋଗ ଶୁଣାଇଥିଲେ।

ଗୋଟିଏ ପଟେ ମିଲର ମାନେ ଅତିକମରେ କୁଇଂଟାଲ ପିଛା ୫ କେଜି ଓ ଅଧିକ ଆଦ୍ରତା ଥିଲେ ୧୦ କେଜି କାଟିଲେ ହିଁ ଉଠାଇବେ ବୋଲି ଜିଦ ଧରିଥିବା ବେଳେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି କଟନି ଛଟନି ହେଲେ ଧାନ ବିକ୍ରି କରିବା ପାଇଁ ମନା କରିଦେଇଛନ୍ତି। ଯାହା ଫଳରେ ଆଜି ଡଙ୍ଗରଛିଂଚ ମଣ୍ଡିକୁ ଆରଏମସି କର୍ମଚାରୀ ଓ ଲ୍ୟାମ୍ପ କର୍ମଚାରୀ ମାନେ ଯାଇଥିଲେ ହେଁ ମିଲର ମାନଙ୍କ ଦେଖା ମିଳିନଥିଲା। ଚାଷୀଙ୍କ କହିବା କଥା ହେଲା ମିଲର୍ସ ମାନେ ଦିନକୁ ଦିନ ଗଡାଉଛନ୍ତି କିନ୍ତୁ ମଣ୍ଡିକୁ ଆସୁନାହାନ୍ତି ଯାହା ଫଳରେ ବର୍ଷା ହେଉଥିବା ଯୋଗୁଁ ଧାନ ଗୁଡିକ ମଧ୍ୟ ନଷ୍ଟ ହୋଇଗଲାଣି। ବର୍ତମାନ ଡଙ୍ଗରଛିଂଚ ମଣ୍ଡିରେ ୨ହଜାର କୁଇଂଟାଲ ପଡି ରହିଥିବା ବେଳେ ଟାଙ୍କୁଆ ମଣ୍ଡିରେ ମଧ୍ୟ ୨ହଜାର କୁଇଂଟାଲ ଧାନ ପଡି ରହିଛି। ଯାହା ଫଳରେ ୪୦ରୁ ଉର୍ଦ୍ଧ ଚାଷୀ ମୁଣ୍ଡରେ ଚଡକ ପଡି ଯାଇଛି। ଏଣୁ ପ୍ରଶାସନ ଖୁବଶିଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande