ବ୍ଲକ୍ ଉପାଧ୍ୟକ୍ଷଙ୍କ ନାମରେ ଆବାସ ଯୋଜନା ଘର ନିର୍ମାଣ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ
ମାଲକାନଗିରି, ୧୦ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ମଧ୍ୟରେ ଆବାସ ଯୋଜନା ଅନ୍ୟତମ ରହିଥିବା ବେଳେ ଏହାକୁ ପାଇବା ପାଇଁ ଗରିବ ହିତାଧୁକାରୀଙ୍କ ସ୍ୱପ୍ନ ହୋଇଥାଏ । ମାଲକାନଗିରି ରେ ଆବାସ ଗୃହ ନିର୍ମାଣ କୁ ନେଇ ଆସିଛି ବଡ଼ ଅଭିଯୋଗ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ହିତାଧୁକାରୀଙ୍କ
ବ୍ଲକ୍ ଉପାଧ୍ୟକ୍ଷଙ୍କ ନାମରେ ଆବାସ ଯୋଜନା ଘର ନିର୍ମାଣ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ


ମାଲକାନଗିରି, ୧୦ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ମଧ୍ୟରେ ଆବାସ ଯୋଜନା ଅନ୍ୟତମ ରହିଥିବା ବେଳେ ଏହାକୁ ପାଇବା ପାଇଁ ଗରିବ ହିତାଧୁକାରୀଙ୍କ ସ୍ୱପ୍ନ ହୋଇଥାଏ । ମାଲକାନଗିରି ରେ ଆବାସ ଗୃହ ନିର୍ମାଣ କୁ ନେଇ ଆସିଛି ବଡ଼ ଅଭିଯୋଗ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ହିତାଧୁକାରୀଙ୍କ ଟଙ୍କାକୁ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଆତ୍ମସାତ କରି ନେଇଥିବା ଅଭିଯୋଗ ଆସିଛି ଗୌଡ଼ଗୁଡା ପଂଚାୟତ କଲାଗୁଡା - ଗ୍ରାମରୁ । ଖବର ଅନୁଯାୟୀ ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଗୌଡ଼ଗୁଡ଼ା ଗ୍ରାମ ପଂଚାୟତର କଲା ଗୁଡ଼ାରେ କିଛି ହିତାଧିକାରୀଙ୍କ ଆବାସ ଗୃହ ନିର୍ମାଣ ନିମନ୍ତେ ଆସିଥିବା କାର୍ଯ୍ୟାଦେଶ କୁ ସେ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତ୍ୟକ ହିତାଧିକାରୀଙ୍କ ଠାରୁ ୪୦ହଜାର ଟଙ୍କା ଅଗ୍ରୀମ ଆକାରେ ନେଇ ଗୃହ ନିର୍ମାଣ କରିବା ପାଇଁ କହିଥିଲେ । ଗ୍ରାମରେ ଆଦିବାସୀ ତଥା ଗରିବ ସମ୍ପ୍ରଦାୟର ହୋଇଥିବାରୁ ନିଜେଆବାସ ଗୃହ ନିର୍ମାଣ କରିବାକୁ ଅସମର୍ଥ ଥୁବାରୁ ହିତାଧୁକାରୀ ମାନେ ରାଜି ହୋଇଥିଲେ କିନ୍ତୁ ପରବର୍ତୀ ସମୟରେ ସେ ଏହି ଗୃହ ନିର୍ମାଣ ନ କରିବା ସହ ସେମାନଙ୍କ ଆକାଉଂଟକୁ ଆସିଥିବା ନରେଗା ଅର୍ଥ କୁ ମଧ୍ୟ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ୫ ଜଣ ପ୍ରଧାନ ମନ୍ତ୍ରୀ ଆବାସ ହିତାକାରୀ । ଦୀର୍ଘ ଦିନ ଧରି ବିତିଯାଇଥିଲେ ମଧ୍ୟ ଘର ନକରିବାରୁ ସେମାନଙ୍କର ଟଙ୍କା ଫେରେଇବା ପାଇଁ ଗୁହାରି କଲେ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବାର ଅଭିଯୋଗ କରିଛନ୍ତି ହି ତାଧି କାରୀ ମାନେ । ଘଟଣାଟି ରେ କେତେ ସତ୍ୟସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ । ତେବେ ଏହି ଗ୍ରାମର କୁସୁମା ନାୟକ, ଚନ୍ଦ୍ରାବତି ନାୟକ, ଅଦି ନାୟକ,ଲକ୍ଷ୍ମଣ ଖିଲ, କଳା ବତିଖିଲ ଙ୍କ ସୂଚନା ଅନୁଯାୟୀ ୨୦୨୩ ମସିହାରେ ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସଯୋଜନାରେ ଅନ୍ତର୍ଭୁକ୍ତ ଗରିବ ହିତାଧୁକାରୀଙ୍କୁ ଗୋଟିଏ ୱାର୍କ କାର୍ଡ ପ୍ରଦାନ କରାଯାଇ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ସିଧାସଳଖ ହିତାଧୂକାରୀଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥିଲା ତେବେ ସେହି ସମୟରେ ନିରଞ୍ଜନ ହାଲଦାର୍ ଏହି କଲା ଗୁଡ଼ା ଗ୍ରାମର ଆବାସ ଯୋଜନା ପାଇଥିବା ପାଖା ପାଖୂ ୧୫ ରୁ୨୦ ଜଣ ହିତାଧି କାରୀଙ୍କ ଠୁଁ ୱାର୍କ କାର୍ଡ ନେଇ ୩ ରୁ ୪ ମାସ ଭିତରେ ଘର ନିର୍ମାଣ କାର୍ଯ୍ୟ ସମାପ୍ତି କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ! ଏ କଥା ଶୁଣି ହିତାଧୁକାରୀ ମାନେ ସେମାନଙ୍କ ବ୍ୟାଙ୍କ୍ ଖାତରୁ ଟଙ୍କା ଉଠାଇ ଦେଇଥିଲେ । କିନ୍ତୁ ଘର ବନାଇ ନପାରି କିଛି ହିତାଧୂକାରୀଙ୍କୁ ୭ ରୁ ୮ ମାସ ପରେ ଟଙ୍କା ଫେରାଇ ଥିବାବେଳେ, ତନ୍ମଧୀରୁ ଆଉ ୫ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କଲେ ନାହିଁ । ତେବେ ପ୍ରଶ୍ନ ଉଠୁଛି, କିଛି ହିତାଧିକାରୀ ଆବାସ ଘରରେ ଏପର୍ଯ୍ୟନ୍ତ ହାତ ମାରି ନଥିବାବେଳେ ସେମାନଙ୍କର ପାରି ଶ୍ରମିକ ଟଙ୍କା କେଉ ଆଧାରରେ ଦିଆଯାଉଛି ଓ କାହାକୁ ଦିଆଯାଉଛି, ତେବେ ଦୀର୍ଘ ଅଢେଇ ବର୍ଷ ବିତି ବାକୁ ଗଲାଣି କାହିଁକି ଆବାସ ଯୋଜନାରେ ବିଭାଗୀୟ ବ୍ଲକ୍ ନୋଡାଲ ଅଧିକାରି ଏ ବିଷୟରେ ତର୍ଜମା କରିଲେ ନାହିଁ ତାହା ବର୍ତମାନ ଏହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ଦେଖି ବାକୁ ବାକି ରହିଲା ଏହି ଗରିବ ହିତାଧୁକାରୀ ଦେଇଥିବା ଟଙ୍କା କେବେ ଫେରସ୍ତ ପାଇଁ ପାରୁଛି ଓ ସେମାନଙ୍କର ସପ୍ନର ଘରକୁ ସମ୍ପୂର୍ଣ ଭାବେ ସାକାର କରି ପାରୁଛି କି ନାହିଁ ସେଥ୍ ପ୍ରତି ସମସ୍ତଙ୍କର ନଜର ରହିଛି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande