ଭୁବନ, ୧୦ ଜୁନ୍ (ହି.ସ.) - ଭୁବନ ଥାନା ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ଧିରେନ ସ୍ୱାଇଁ ଙ୍କ ତତ୍ୱାବଧାନରେ ଭୁବନ ର ବ୍ୟସ୍ତ ବହୁଳ ଅଂଚଳ କାଳୀ ବଜାର ଠାରେ ବାଇକ୍ ଆରୋହୀ ମାନଙ୍କୁ ଗାଡ଼ି ଚାଳନା ସମୟରେ ମୋବାଇଲ ରେ କଥା ନ ହେବା, ମଦ୍ୟ ପାନ କରି ଗାଡ଼ି ନଚଳାଇବା,ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ରୁ ଅଧିକ ନବସିବା,ଲିମିଟ ସ୍ପିଡ ରେ ଗାଡି ଚଳାଇବା ଏବଂ ଗାଡ଼ି ଚାଳନା ସମୟରେ ସର୍ବଦା ହେଲମେଂଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ହେଲମେଂଟ ପିନ୍ଧିଥିବା ବାଇକ୍ ଆରୋହୀ ମାନଙ୍କୁ ଗୋଲାପ ଫୁଲ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। କାର ଡ଼୍ରାଇଭର ମାନଙ୍କୁ ମଧ୍ୟ ଗାଡ଼ି ଚାଳନା ସମୟରେ ସର୍ବଦା ସିଟ୍ ବେଲ୍ଟ ପିନ୍ଧିବା, ମଦ୍ୟ ପାନ ନ କରିବା ଏବଂ ମୋବାଇଲ ରେ କଥା ନ ହେବାକୁ ବୁଝାଇଥିଲେ । ପୋଲିସ କର୍ମଚାରୀ ମାନେ ସଡ଼କ ସୁରକ୍ଷା ,ଜୀବନ ରକ୍ଷା ଦୃତ ଗତି, ମହା ବିପତି ଇତ୍ୟାଦି ନାରାବାଜି କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଏସ ଆଇ ସଞ୍ଜୟ ବେହେରା, ଏ ଏସ ଆଇ ଜ୍ୟୋତିର୍ମୟ ସିଂ, ଏ ଏସ ଆଇ ଶଙ୍କର ମାଝି ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ