ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
କୋରେଇ, ୧୦ ଜୁନ୍ (ହି.ସ.) - କୋରେଇ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆଜି ପାଣିକୋଇଲି ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଖାଦ୍ୟ ପ୍ରତିଯୋଗୀତାରେ ବ୍ଲକର ମୋଟ ୨୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ ।
ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା


କୋରେଇ, ୧୦ ଜୁନ୍ (ହି.ସ.) - କୋରେଇ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆଜି ପାଣିକୋଇଲି ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଖାଦ୍ୟ ପ୍ରତିଯୋଗୀତାରେ ବ୍ଲକର ମୋଟ ୨୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । କୋରେଇ ବିଡିଓ ଅବନୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରତୀଯୋଗୀତାରେ ଅଂଶ ଗ୍ରହଣ କରି ବିଜେତା ଓନରସଅପ ଗୋଷ୍ଠୀଙ୍କୁ ପୁରସ୍କୃତ କରିଥିଲେ । ଏବିଡିଓ ଭରତ କୁମାର ବେହେରା, ସିଡିପିଓ ଦେବକୀ ମାଝୀ, ବିପିସି ଗୀତା ପଣ୍ଡା, ବିପିଏମ ରାମ ଚନ୍ଦ୍ର ବାରିକ, ବିଏଲସି ସରୋଜିନୀ ଦାଶ ଓ ଅଯୋଧ୍ୟାନାଥ ରାୟସାମନ୍ତ, ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକ ପ୍ରମୁଖ ଯୋଗଦେଇଥିଲେ । ବିଚାରକ ମଣ୍ଡଳୀ ପକ୍ଷରୁ ପ୍ରଥମ ବା ବିଜେତା ପାଣିକୋଇଲିର ମା ଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ନଗଦ ୫ ହଜାର ଟଙ୍କା ସହ ପ୍ରମାଣପତ୍ର, ଦ୍ୱିତୀୟ ସ୍ଥାନ ବା ରନରସଅପ ବ୍ୟାସନଗର ପୌରପରିଷଦର ମା ଚାରିଆଖିଆ ସ୍ୱଂୟ ସହାୟକ ଗୋଷ୍ଠୀ କୁ ନଗଦ ୪ ହଜାର ସହିତ ପ୍ରମାଣପତ୍ର ଓ ସାନ୍ତ୍ୱନା ମୂଳକ ଭାବେ ମକୁନ୍ଦପୁର ବିରିଡିର ଦିବ୍ୟଜନନୀ ସ୍ୱଂୟ ସହାୟକ ଗୋଷ୍ଠୀକୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଭାଗନେଇଥିବା ପ୍ରତ୍ୟେକ ଗୋଷ୍ଠୀ ଓ ସେମାନଙ୍କ ସଦସ୍ୟ ମାନଙ୍କୁ ମଧ୍ୟ ପ୍ରମାଣପତ୍ର ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande