ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପି ଆର ହାଇସ୍କୁଲ ଛାତ୍ର ଙ୍କ ଗୃହ ପରିଦର୍ଶନ
ବଲାଙ୍ଗିର, ୧୦ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ୱାବଧାନରେ ଚାଲୁଥିବା ଲାର୍ନିଙ୍ଗ ଏଟ୍ ଡୋର ଷ୍ଟେପ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବଶ୍ରୀ ଭୋଇ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଚିମିନିଭାଟି ପଡା ଓ ବିଭୁତିପଡା ର ଛାତ୍ରମାନଙ୍କ ଘର
ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  ପି ଆର ହାଇସ୍କୁଲ ଛାତ୍ର ଙ୍କ ଗୃହ ପରିଦର୍ଶନ


ବଲାଙ୍ଗିର, ୧୦ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ୱାବଧାନରେ ଚାଲୁଥିବା ଲାର୍ନିଙ୍ଗ ଏଟ୍ ଡୋର ଷ୍ଟେପ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବଶ୍ରୀ ଭୋଇ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଚିମିନିଭାଟି ପଡା ଓ ବିଭୁତିପଡା ର ଛାତ୍ରମାନଙ୍କ ଘରକୁ ଯାଇ ପିଲାମାନେ ଛୁଟି ସମୟରେ ଦିଆଯାଇଥିବା ଗୃହ କାର୍ଯ୍ୟକୁ ଠିକ୍ ଭାବରେ କରୁଛନ୍ତି କି ନାହିଁ ତଦାରଖ କରୁଥିଲେ । ସେ ଛାତ୍ରମାନଙ୍କୁ ତଥା ତାଙ୍କ ପିତାମାତାମାନଙ୍କୁ ଗ୍ରୀଷ୍ମ ଛୁଟି ସମୟର ସଦୁପଯୋଗ କିଭଳି ଭାବରେ କରିବେ ଶିକ୍ଷା ଦେଇଥିଲେ । ତାଙ୍କ ସହିତ ଏଥିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକାଶ ରଂଜନ ସାହୁ ତଥା ଅନ୍ୟ ଶିକ୍ଷକ ଶିକ୍ଷିକାମାନେ ଉପସ୍ଥିତ ଥିଲେ ଏବଂ ଛାତ୍ରମାନଙ୍କୁ ଗୃହ କାର୍ଯ୍ୟ କରିବାରେ ସହାୟତା କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ଏହି ପଦକ୍ଷେପ କୁ ପିତାମାତା ତଥା ଅଭିଭାବକମାନଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ତଥା ସାଧୁବାଦ ପ୍ରଦାନ କରଯାଇଥିଲେ । ଏଭଳି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ନିଜକୁ ସାମିଲ କରି ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ଶିକ୍ଷା ପ୍ରତି ଆଗ୍ରହ ପରିଲକ୍ଷିତ ହୋଇଥିଲା ।

-------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande