ଖଣି ବିଭାଗର ଚଢାଉ, ୨ବାଲି ବୋଝେଇ ହାଇୱା ଜବତ
କୋରେଇ, ୧୦ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅଂଚଳ ଦିବାରାତ୍ରୀ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମଂଚଳ ଠାରୁ ରାଜପଥ ଓ ନଦୀବନ୍ଧରେ ପ୍ରତ୍ୟେକ ରାସ୍ତାରେ ବେନିୟମ ଭାବେ ଭାରିଯାନରେ ବାଲି ଚାଲାଣ କରାଯାଉଛିା କେତେବେଳେ କେମିତି ଖଣି ବିଭାଗ ଓ ପୁଲିସ ଗାଡି ଧରି ତାର କାମ ସାରୁଛି । ସ
ଖଣି ବିଭାଗର ଚଢାଉ, ୨ବାଲି ବୋଝେଇ ହାଇୱା ଜବତ


କୋରେଇ, ୧୦ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅଂଚଳ ଦିବାରାତ୍ରୀ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମଂଚଳ ଠାରୁ ରାଜପଥ ଓ ନଦୀବନ୍ଧରେ ପ୍ରତ୍ୟେକ ରାସ୍ତାରେ ବେନିୟମ ଭାବେ ଭାରିଯାନରେ ବାଲି ଚାଲାଣ କରାଯାଉଛିା କେତେବେଳେ କେମିତି ଖଣି ବିଭାଗ ଓ ପୁଲିସ ଗାଡି ଧରି ତାର କାମ ସାରୁଛି । ସମୁଦ୍ରକୁ ଶଙ୍ଖେ ଭଳି ବାଲି ଗାଡି ଧରୁଛି ଖଣି ବିଭାଗ । ମଂଗଳବାର ମଧ୍ୟାନ୍ନ ସମୟରେ ଖଣି ବିଭାଗ ପକ୍ଷରୁ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ବରୁଣ୍ଡାଇ ରାସ୍ତାର ବୈତରଣୀ ନଦୀ ବନ୍ଧରେ ଚଢାଉ କରାଯାଇ ଦୁଇଟି ବାଲି ହାଇୱାକୁ (ଓଡି୨୨ୱାଇ ୦୯୩୭, ଓଡି୦୯କେ ୦୬୦୩) ଖଣିବିଭାଗ ଧରିବାରେ ସକ୍ଷମ ହୋଇଛି । ଚଢାଉ ସମୟରେ ବାଲିର କୌଣସି ଟିପି ନଥିବାରୁ ବେଆଇନ ଚାଲାଣ ହେଉଥିବା ଜଣାପଡିଥିଲା । । ଜୁନିଅର ଖଣି ଅଧିକାରୀ ଦିପ୍ତା ସୁନ୍ଦର ସେଠୀ ଓ ପୁଲିସ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande