କୋରେଇ, ୧୦ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡ ପାଣିକୋଇଲି ରାସ୍ତାର କୃପାଳୁ ରାଇସ ମିଲ ସମ୍ମୁଖ ରାସ୍ତାରେ ସେମାବାର ବାଇକରେ ଆସୁଥିବା ଜଣେ ଯୁବକଙ୍କ ପକେଟରୁ ମୋବାଇଲେ ଝାମ୍ପିନେଲେ ଲୁଟେରା । ଅଭିଯୋଗ ମୁତାବକ ଯାଜପୁର ବଳିଘାଇର ଦୈତାରୀ ରାଉତଙ୍କ ପୁଅ ସନ୍ତୋଷ ରାଉତ ଏକ ସ୍କୁଟିରେ କଳିଂଗନଗର ଶିଳ୍ପାଂଚଳରୁ କାମ ସାରି ରେ ଘରକୁ ଫେରୁଥିବା ବେଳେ ରାଇସ ମିଲ ସମ୍ପୁଖରେ ୨ ଜଣ ଯୁବକ ଏକ କଳା ରଂଗର ପଲସର ବାଇକରେ ଆସି ବାମପଟରେ ପଶି ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଅଭିଯୋଗ ପରେ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ