ବଲାଙ୍ଗିର, ୧୦ ଜୁନ୍ (ହି.ସ.)- ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଅଜଣା ଶବକୁ ସମ୍ମାନର ସହ ସତ୍କାର କରାଯାଇଛି।ପୁଇଁତଳା ଥାନା ଅନ୍ତର୍ଗତ ଭରତବାହାଲ ଗାଁର ଜମିରେ ଜଣେ ବୃଦ୍ଧା (୭0) ଙ୍କ ମୃତଦେହ ପଡିଥିଲା l ପରେ ପୁଇଁତଳା ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ହସ୍ପିଟାଲକୁ ଆଣିଥିଲା l ୭୨ ଘଣ୍ଟା ପରେ ତାଙ୍କର କେହି ଆତ୍ମୀୟ ନଆସିବାରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର କର୍ମକର୍ତାଙ୍କୁ ଶବଦାହ ପାଇଁ ଦିଆଯାଇଥିଲା l ଅନୁଷ୍ଠାନର କର୍ମକର୍ତା ମାନେ ସ୍ଥାୟୀୟ ବିଭୁତିପଦା ସ୍ମଶାନରେ ସମ୍ମାନ ସହ ଶବ ସତ୍କାର କରିଥିଲେ l ଆଜକୁ ଦଶ ବର୍ଷ ହେବ ଅନୁଷ୍ଠାନର କର୍ମକର୍ତାମାନେ ଶବକୁ ସମ୍ମାନର ସହ ସତ୍କାର କରି ଆସୁଛନ୍ତି। ଏହି କ୍ରମେ ପ୍ରୟାଗରାଜର କୁମ୍ଭମେଳାରେ ୬00 ରୁ ଉର୍ଦ୍ଧ ଶବମାନଙ୍କ ଅସ୍ଥି ବିସର୍ଜନ କରାଯାଇଥିଲା l
ଆଜିର ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, କନ୍ଦର୍ପ ରଣା, ଅରୁଣ ନାଏକ, ବହନ ବଗର୍ତି, ଶୁଭ୍ରାନ୍ତ ନନ୍ଦ, ରଜତ ପଧାନ, ବିଶ୍ୱଜିତ ପଟେଲ, ଘନ ପଶୟତ, ମୁକେଶ ପଧାନ ପ୍ରମୁଖ ରହି ଶବ ସତ୍କାର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ