ମାଲପଡା ନାଗରିକ କମିଟିର ମାସିକିଆ ବୈଠକ
ବଲାଙ୍ଗିର, ୧୦ ଜୁନ୍ (ହି.ସ.) - ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ଆୟ ବିବରଣୀ ପାଠ କରିଥିଲେ । ମାଲପଡାର ୧୪ ଓ ୧୫ ନଂ ୱାର୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ
ମାଲପଡା ନାଗରିକ କମିଟିର ମାସିକିଆ ବୈଠକ


ବଲାଙ୍ଗିର, ୧୦ ଜୁନ୍ (ହି.ସ.) - ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ଆୟ ବିବରଣୀ ପାଠ କରିଥିଲେ । ମାଲପଡାର ୧୪ ଓ ୧୫ ନଂ ୱାର୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବଲାଙ୍ଗିର ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ସଂପାଦକ ପଂଚାନନ ସେଠ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ ବରିଷ୍ଠ ନାଗରିକମାନଙ୍କର ମାଗଣା ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ଗୃହିତ ହୋଇଥିଲା । ମାଲପଡାର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା କରିବାରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ଆକୁଳ ବେହେରା, ପ୍ରଫେସର ତରୁଣ କୁମାର ମିଶ୍ର, ଦେବଜିତ ମିଶ୍ର, କମଲ ଚକ୍ରବର୍ତି, ଉମାକାନ୍ତ ନାଥ, ଅଶୋକ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଦେବାକର ହୋତା ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande