ଭଦ୍ରକ, ୧୦ ଜୁନ୍ (ହି.ସ.) - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ପକ୍ଷରୁ ମଙ୍ଗଳବାର ଆରଡିପୀଠ ସାହୁ କଲ୍ଯାଣ ମଣ୍ଡପରେ ୨୦୨୪ଦ୨୫ ବର୍ଷର ଦଶମଶ୍ରେଣୀରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ଅଭିନନ୍ଦନ ସଭା ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ସଂଘର ସଭାପତି ଗୌରାଙ୍ଗ ଚରଣ ମଲିକ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ନାୟକ, ମୁଖ୍ଯବକ୍ତା ତଥା ସଂଘର ସମ୍ପାଦକ ବବୃବାହାନ ଭୋଇ, ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଲଛମନ ନାୟକ, ଚିତରଂଚନ ମହାନ୍ତି, ଶିକ୍ଷକ ମଙ୍ଗୁଳିଚରଣ ସେଠୀ, ସୁବୋଧ ଖୁଂଟିଆ, ପ୍ରଫୁଲ ଦାଶ, ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନିତା ପୃଷ୍ଟି, ଶିକ୍ଷୟିତ୍ରୀ ରାଜଶ୍ରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନୀତିଶିକ୍ଷା ଉପରେ ଅଭିଭାଷଣ ରଖିଥିଲେ। ପରେ ଆରଡି ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁର ୪ଟି ପଂଚାୟତର ଚଳିତବର୍ଷ ଦଶମଶ୍ରେଣୀରେ ସର୍ବାଧିକ ନମ୍ବର ରଖି କୃତି ହାସଲ କରିଥିବା ୩୪ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ସିଲ ପ୍ରଦାନ କରାଯିବା ସହ ଅଭିନନ୍ଦନ ଜଣାଯାଇଥିଲା। ତାହାସହ ଛାତ୍ରଛାତ୍ରୀମାନେ ଆଗାମୀ ଦିନର ନିଜର ଲକ୍ଷ୍ୟ ସାଧନା ପାଇଁ ଏହି ପୁରସ୍କାର ପ୍ରେରଣାର ଉତ୍ସ ହେବ ବୋଲି ସଂଘର ସମ୍ପାଦକ ବବୃବାହାନ ଭୋଇ କହିଛନ୍ତି। ଆଗାମୀଦିନରେ ଅନେକ ସାମାଜିକ କାର୍ଯ୍ୟ ପାଇଁ ସଂଘ ତତ୍ପର ହେବ ବୋଲି କହିଥିଲେ। ଉକ୍ତ ସଭାରେ ସ୍ୱାଧିନ ଦାସ, ଭଗବାନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ