ଜୟପୁର, ୧୦ ଜୁନ୍ (ହି.ସ.) - ଦକ୍ଷିଣ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ଏବଂ ହିମାଳୟ କମ୍ପାନୀର ମିଳିତ ଉଦ୍ୟମରେ ଜୟପୁରରେ ଏକ ଆୟର୍ବେଦିକ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପରିଷଦ ର ସମ୍ପାଦକ କବିରାଜ ପରମେଶ୍ୱର ପାତ୍ର ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁଗ ଉପଯୋଗୀ ଔଷଧ ପ୍ରସ୍ତୁତି ସଂପର୍କରେ ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ନେଇ ଡାକ୍ତର ବିନୋଦ ବିହାରୀ ରଥଙ୍କ ପକ୍ଷରୁ ଅନୁରୋଧ ଆସିଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଦର୍ଶନ ଗୌଡ଼, ଦିଲିପ କୁମାର ନାଥ, କ୍ଷେତ୍ରବାସୀ ପଣ୍ଡା, ଭବାନୀ ଆଚାର?୍ୟ୍ୟ, ସତ୍ୟ ନାରାୟଣ ପରିଛା, ଶ୍ରୀନିବାସ ପାତ୍ର, ମନୋଜ ବିଶ୍ୱାଳ, ପ୍ରଶାନ୍ତ କୁମାର ପ୍ରଧାନ, ଶିଶିର କୁମାର ବ୍ରହ୍ମା, ସୌମ୍ୟ ରଞ୍ଜନ ବେହେରା, ସୂର?୍ୟ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ ପରମ୍ପରା ଚିକିତ୍ସା ଓ ଔଷଧ ଉପରେ ଆଲୋଚନ ହୋଇଥିଲା। ପରିଷଦର ଆଇନ ଉପଦେଷ୍ଟା ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି