ଜୟପୁର, ୧୦ ଜୁନ୍ (ହି.ସ.) - ରାସ୍ତା ନିର୍ମାଣ ନେଇ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ଏନେଇ ଉପ ଜିଲାପଳଙ୍କ ଅନୁପସ୍ଥିତି ରେ କାଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ବ୍ଲକ କୁମୁଲିପୁଟ ଗ୍ରାମ ପଂଚାୟତ ଅନ୍ତର୍ଗତ ଗଣ୍ଡାଗୁଡା ଗ୍ରାମ ଠାରୁ ବଡ ପଡା ଗ୍ରାମର ଛକ ଯାଏ ରାସ୍ତା ନିର୍ମାଣ ପାଇ ଦାବି କରାଯାଇଛି । ସମାସଜେବି ବି ହରିରାଓ ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଥିଲେ । କୁମୁଲିପୁଟ ଗ୍ରାମ ପଂଚାୟତ ଅନ୍ତର୍ଗତ ଗଣ୍ଡାଗୁଡା ଗ୍ରାମ ଠାରୁ ବଡ ପଡା ଗ୍ରାମର ଛକ ଯାଏ ରାସ୍ତା ଖାଲ ଖମାରେ ପରିପୁଣ୍ଣ ହୋଇଛି । ଯେଉଁ ଥିରେ ବଡ ବଡ ଗର୍ତ ହୋଇଛି । ବର୍ଷା ଦିନ ଗ୍ରାମ ବାସୀ ମାନେ ବହୁତ ହଇରାଣ ହେଉଛନ୍ତି । ପ୍ରାୟ ୨ କିମି ରାସ୍ତା ଅତି ଖରାପ ହୋଇ ପଡିଛି । ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଦାବି କରିଥିଲେ । ଆଗାମି ୨୦ରୁ ୨୫ ଦିନ ଭିତରେ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି ଦାବି ପୁରଣ ନହେଲେ ଧାରଣା ଦେବାକୁ ଗ୍ରାମ ବାସୀ ମାନେ ଚେତାବନି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି