ଟେବୁଲ ଟପ ଏକ୍ସରସାଇଜ଼ ଏବଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୦ ଜୁନ୍ (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ
ଟେବୁଲ ଟପ ଏକ୍ସରସାଇଜ଼ ଏବଂ  ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :


ଟେବୁଲ ଟପ ଏକ୍ସରସାଇଜ଼ ଏବଂ  ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :


ଟେବୁଲ ଟପ ଏକ୍ସରସାଇଜ଼ ଏବଂ  ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :


ସୁବର୍ଣ୍ଣପୁର, ୧୦ ଜୁନ୍ (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ ତା ୧୮ ରେ ( ପୂର୍ବାହ୍ନ ୧୦ ଘ ରୁ ଅ ୦୧ ଘ, ଅପରାହ୍ନ ୦୨ ଘଂରୁ ରୁ ସନ୍ଧ୍ୟା ୦୫ଘ) ୨ଟି ପର୍ଯ୍ୟାୟରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ଓ ୟୁ.ଏଲ.ବି ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ କ୍ଷ ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତାମାନେ ବନ୍ୟା ବିପର୍ଯ୍ୟୟର ସୁ ପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ପରେ ଓ ବନ୍ୟା ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ଦ୍ୱାରା ଉପସ୍ଥାପନା କରାଯିବ । ତା ୧୯ ରେ ସକାଳ ୦୯ ଘଂଟାରୁ ଜିଲ୍ଲାସ୍ଥିତ ୦୬ଟି ବନ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବରୁ ଫାୟାର ବିଭାଗ ଦ୍ୱାରା ବିପର୍ଯ୍ୟୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ଉପଯୁକ୍ତ ଯାଂଚ ଏବଂ ପରୀକ୍ଷା ପୂର୍ବକ ସଠିକ ବ୍ୟବହାର ନିମନ୍ତେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି । ବୈଠକରେ ଡେପୁଟି କଲେକ୍ଟର ଜରୁରୀ ଶାଖା ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡ଼ମା ବିଶ୍ୱନାଥ ନାୟକ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ବିଶେଷ ଭାବେ ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟରେ ତଥା ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଷ୍ଟେକ ହୋଲଡର ଙ୍କ ଦାୟିତ୍ୱ, କର୍ତବ୍ୟ ତଥା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ବିପର୍ଯ୍ୟୟରୁ ଜନସାଧାରଣଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା,ଜିଲ୍ଲା ସ୍ଥିତ ବିଭିନ୍ନ ନଦୀ ନାଳର ଆଡି ବନ୍ଧ ସ୍ଥିତିର ସୂ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ପଦକ୍ଷେପ, ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦେଶ୍ୟ ରହିଥିବା ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ସୋନପୁର, ଉପଜିଲ୍ଲାପାଳ ବୀରମହାରାଜପୁର କାର୍ଯ୍ୟାଳୟ ଅଧିକାରୀ, କର୍ମକର୍ତା, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ବିଡ଼ିଓ, ତହସିଲଦାର,ସାମ୍ବାଦିକ, ସ୍ୱେଛାସେବୀ ଅନୁଷ୍ଠାନ ର କର୍ମକର୍ତା, କମ୍ୟୁନିଟି କର୍ମକର୍ତା,ଅନ୍ୟାନ୍ୟ ସହଯୋଗୀ ସଂସ୍ଥା କର୍ମକର୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତା, ନିର୍ବାହୀ ଅଧିକାରୀ ପୌରାଂଚଳ ସୋନପୁର, ବିନିକା, ତରଭା ପ୍ରଭୁତି ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande