ଜୟପୁର, ୧୦ ଜୁନ୍ (ହି.ସ.) - ନିଶା ଇଞ୍ଜେକସନ କାରବାର ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରି ୫ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୫୧୩ଟି ସିସି ବେଆଇନ ଇଞ୍ଜକସେନ, ହୁଣ୍ଡାଇକାର, ୫ଟି ମୋବାଇଲ ଜବତ କରିଛି । ସୂଚନା ଅନୁଯାଇ ୯.୬.୨୫ ତାରିଖ ରାତ୍ର ସମୟରେ ଜୟପୁର ଟାଉନ ପୋଲିସ ସୂଚନା ପାଇଥିଲା କେନାଲ ରୋଡର ସଂନ୍ଧ୍ୟା ହୋଟେଲ ନିକଟରେ ବେଆଇନ ଇଂଜେକସନ ବିକ୍ରୟ ଚାଲିଛି । ସୁଚନା ଆଧାରେ ପୋଲିସ ପେଟ୍ରୋଲିଂ ଟିମ ଏସଆଇ ଗୋବିନ୍ଦ ଚନ୍ଦ୍ର ହାଁସଦାଙ୍କ ନେତ୍ୱତ୍ୱରେ ଅକ ଟିମ ଚଢାଉ କରିଥିଲା । ପେଂଟାଜୋସିନ ଲାକଟେଟ ଇଞ୍ଜକସେନ ବିକ୍ରି ଚାଲିଥିବା ବେଳେ ଚଢାଉ କରିଥିଲା । ସେଠାରୁ ୫ ଜଣ ଅଭିଯୁକ୍ତକୁ ହୁଣ୍ଡାଇ କାର ସହ କାବୁ କରି ଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଭେଜାପୁଟର ସଞ୍ଜୟ ଜେନା (୩୪), ସେମିଳିଗୁଡାରତ୍ରିନାଥ କରବା (୩୫) ସୁନାବେଡାର ଅନୁଭବ ପ୍ରଧାନ(୨୫), ଡଙ୍ଗାଗୁଡାର ରାମ ହରିଜନ (୩୪) ଜୟପୁର ଆଦର୍ଶ ନଗର ରାକେଶ ପଟ୍ଟନାୟକ (୨୧) । ଏନେଇ ଜୟପୁର ଟାଉନ ପୋଲିସ ମାମଲା ରୁଜୁ କରି ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି