ସହକାରୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ
ଜୟପୁର, ୧୦ ଜୁନ୍ (ହି.ସ.)- ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସୁଚିସ୍ମିତା ପରିଜା, ସହକାର
ସହକାରୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ଦ୍ୱାରା ଗିରଫ


ଜୟପୁର, ୧୦ ଜୁନ୍ (ହି.ସ.)- ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସୁଚିସ୍ମିତା ପରିଜା, ସହକାରୀ ଯନ୍ତ୍ରୀ, ଏମଜିଏମ ଏନ ଆରଜିଏ ଯୋଜନାରେ ଘାଟ କଟିଂ କାମରେ ନିୟୋଜିତ ଶ୍ରମିକଙ୍କ ସପକ୍ଷରେ ବିଲ୍ ପ୍ରଦାନ କରିବା ପାଇଁ ଲମତାପୁଟ ସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରେ ଜଣେ ଅଭିଯୋଗକାରୀ ଗ୍ରାମ ସାଥୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ପୂର୍ବରୁ ସହକାରୀ ଯନ୍ତ୍ରୀ ଅଭିଯୁକ୍ତ ପରିଜା, କିଛି ଦିନ ତଳେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ପାଇଥିଲେ ଏବଂ ବିଲ୍ ପ୍ରଦାନ କରିବା ପାଇଁ ବାକି ଟଙ୍କା ଦେବାକୁ ଅଭିଯୋଗକାରୀଙ୍କୁ ଜିଦ୍ କରୁଥିଲେ । ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଏଇ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଶ୍ରୀମତୀ ପରିଜାଙ୍କୁ ୮,୦୦୦ ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ସମୟରେ ଗିରଫ କରିଥିଲେ। ଚଢ଼ଉ ପରେ ପରିଜା ସହକାରୀ ଯନ୍ତ୍ରୀ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ଅଭିଯୁକ୍ତ ପରିଜା ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି। ତଦନ୍ତ ପରେ ସମ୍ପତି ଆକାଳନ ହେବ ବୋଲି ଭିଜିଲାନ୍ସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande