23 Jun 2025, 5:39 HRS IST

ଆଜିଠୁ ଦୁଇଦିନିଆ ବିହାର ଗସ୍ତରେ ସଂଘ ମୁଖ୍ୟ ମୋହନ ଭାଗବତ
ପାଟଣା, 10 ଜୁନ୍ (ହି.ସ.)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର ସରସଂଘଚାଳକ ମୋହନ ଭାଗବତ ଆଜି ମଙ୍ଗଳବାର, ଦୁଇଦିନିଆ ବିହାର ଗସ୍ତରେ ପାଟଣାରେ ପହଞ୍ଚୁଛନ୍ତି। ସଂଘମୁଖ୍ୟ ପାଟଣାର ମରଚା ମରଚି ରୋଡ୍ ସ୍ଥିତ କେଶବ ସରସ୍ୱତୀ ବିଦ୍ୟା ମନ୍ଦିରରେ ଚାଲିଥିବା କାର୍ଯ୍ୟକର୍ତ୍ତା ପ୍ରଶିକ
ଆଜିଠୁ ଦୁଇଦିନିଆ ବିହାର     ଗସ୍ତରେ ସଂଘ ମୁଖ୍ୟ ମୋହନ ଭାଗବତ


ପାଟଣା, 10 ଜୁନ୍ (ହି.ସ.)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

(ଆରଏସଏସ) ର ସରସଂଘଚାଳକ ମୋହନ ଭାଗବତ ଆଜି ମଙ୍ଗଳବାର, ଦୁଇଦିନିଆ ବିହାର ଗସ୍ତରେ ପାଟଣାରେ ପହଞ୍ଚୁଛନ୍ତି। ସଂଘମୁଖ୍ୟ ପାଟଣାର ମରଚା ମରଚି ରୋଡ୍ ସ୍ଥିତ

କେଶବ ସରସ୍ୱତୀ ବିଦ୍ୟା ମନ୍ଦିରରେ ଚାଲିଥିବା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ (ପ୍ରଥମ ବର୍ଷ,

ବିଶେଷ) ର ନିରୀକ୍ଷଣ କରିବେ ଏବଂ ସଂଘ

କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରିବେ। ଏହି ପ୍ରଶିକ୍ଷଣ ବର୍ଗ ୨୪ ମଇରୁ ଆରମ୍ଭ ହୋଇଛି ଏବଂ

ଏହାର ସମାପନ ୧୩ ଜୁନରେ ହେବ।

ସଂଘ ମୁଖ୍ୟ ଜୁନ ୧୧ ସନ୍ଧ୍ୟାରେ

ତାଙ୍କର ଗନ୍ତବ୍ୟ ସ୍ଥଳ ଯିବେ। ତାଙ୍କର ଏହି ଦୁଇଦିନିଆ ପ୍ରବାସ ସମୟରେ ସେ ପ୍ରଶିକ୍ଷଣ ଶିବିରର ଗତିବିଧି

ଉପରେ ନଜର ରଖିବେ ଏବଂ ସଂଘର ଭବିଷ୍ୟତ ବିସ୍ତାର ସନ୍ଦର୍ଭରେ ମାର୍ଗଦର୍ଶନ ଦେବେ।

ଉଲ୍ଲେଖନୀୟ ଯେ, ନିର୍ବାଚନ ବର୍ଷରେ ମୋହନ ଭାଗବତଙ୍କର ଏହା ଦ୍ୱିତୀୟ ବିହାର ଗସ୍ତ ଅଟେ। ଏହାପୂର୍ବରୁ

ମାର୍ଚ୍ଚ ମାସରେ ସେ ପାଞ୍ଚ ଦିନ ବିହାର ଗସ୍ତରେ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande