ନୀଳକଣ୍ଠ ଟେବୁଲ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
ପୁରୀ, ୧୦ ଜୁନ୍ (ହି.ସ.)- ନୀଳକଣ୍ଠ ଟେବୁଲ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଶ୍ରୀକ୍ଷେତ୍ର କଲୋନୀର ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୟସ ବର୍ଗର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ । ବରିଷ୍ଠ କୋଚ କଲ୍ଲୋଳ ଗାଙ୍ଗୁଲି ଓ ଡାକ୍ତର କୁମାର
ଟେବୁଲ ଟେନିସ ଖେଳ ଉଦଯାପିତ  ପୁରୀ,୧୦/୬-ନୀଳକଣ୍ଠ ଟେବୁଲ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଶ୍ରୀକ୍ଷେତ୍ର କଲୋନୀର ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୟସ ବର୍ଗର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ ।  ବରିଷ୍ଠ କୋଚ କଲ୍ଲୋଳ ଗାଙ୍ଗୁଲି ଓ  ଡାକ୍ତର କୁମାର ଅରୋଜ୍ୟୋତିଙ୍କ ତତ୍ତ୍ଵାବଧାନରେ ଖେଳାଳି ମାନେ ୭ ଦିନ ବ୍ୟାପୀ ପ୍ରଶିକ୍ଷଣ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗପତି  ଜୟ ଜଗଦୀଶ ପାତ୍ର ଓ ଦନ୍ତ ବିଶେଷଜ୍ଞ ଡ଼ା. ଶୀତଲ କୋଟନି ଯୋଗ ଦେଇଥିଲେ । ଏକାଡେମୀର ସଦସ୍ୟ ଆଡଭୋକେଟ ଶ୍ରୀପ୍ରକାଶ ମିଶ୍ର  ଅତିଥିମାନଙ୍କ ପରିଚୟ ପ୍ରଦାନ  କରିଥିଲେ  । ଏକାଡେମୀର ପ୍ରତିଷ୍ଠାତା ସଂଗ୍ରାମ କିଶୋର ରଥ ଏକାଡେମୀର ବାର୍ଷିକ ବିବରଣୀ ପାଠ କରିଥିଲେ ।  ଅନୁଷ୍ଠାନ ସମ୍ପର୍କରେ ଡାକ୍ତର କୁମାର ଅରୋଜ୍ୟୋତି ସମ୍ୟକ ସୂଚନା ପ୍ରଦାନ କରି ପୁରୀରେ ଟେବୁଲ୍ ଟେନିସ ନିମିତ୍ତ ସରକାରୀ ସ୍ତରରେ ଏକ ପେଶାଦାର ଟେବୁଲ୍ ଟେନିସ ସୁବିଧା ତଥା ହଲର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ।  ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ସାହୁ ପୁରୀରେ ଟେବୁଲ ଟେନିସର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜୟ ଜଗଦୀଶ ପାତ୍ର ଓ ଡ଼ା  ଶୀତଲ କୋଟନି ପ୍ରମୁଖ ଉପସ୍ଥିତ ରହି ପୁରୀରେ ଟେବୁଲ ଟେନିସର ପ୍ରଚାର ଓ ପ୍ରସାର ଦିଗରେ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳାଳୀ ମାନଙ୍କ ପ୍ରଶିକ୍ଷଣ ଦିଗରେ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ । ଅତିଥି ମାନେ ପୁରୀର ବରିଷ୍ଠ ହ୍ୟାଣ୍ଡବଲ ଖେଳାଳୀ ତଥା ନିକଟ ଅତୀତରେ ଭାରତକୁ ଏସୀୟ ବିଚ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ପ୍ରତିନିଧିତ୍ଵ କରିଥିବା ରଞ୍ଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ କନିଷ୍ଠ ବର୍ଗରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିବା ଏକାଡେମୀର ଖେଳାଳୀ କୁମାରୀ ଶ୍ରୀତିଜା ଚୌଧୁରୀ ଓ କୁମାରୀ ଅନୋଖି ମହାନ୍ତି ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଶେଷରେ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏକାଡେମୀର ସଦସ୍ୟ ତ୍ରିଦିପ ଦାସ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ପ୍ରଶିକ୍ଷଣ ଶିବିରର ଆୟୋଜନ ଦ୍ଵାରା ଖେଳାଳି ମାନଙ୍କ କ୍ରିଡ଼ା ଦକ୍ଷତାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରଶିକ୍ଷଣ ଶିବିରରେ ଆଡଭୋକେଟ ସତ୍ୟବ୍ରତ ଷଡ଼ଙ୍ଗୀ,  ରାମ ନାଏକ,  ଜିତେନ୍ଦ୍ର ବେହେରା, ଶୁଶ୍ରୀ ଶେଫାଳୀ ପତି,  ଆର୍ଯ୍ୟକାନ୍ତ ପଟ୍ଟନାୟକ ଓ ବିଶ୍ୱଜିତ ମିଶ୍ର ପ୍ରମୁଖ  ପରିଚାଳନାରେ ସହଯୋଗ  କରିଥିଲେ ।  ଶେଷରେ ଡାକ୍ତର କୁମାର ଆରୋଜ୍ଯୋତି  ଧନ୍ୟବାଦ ଅର୍ପଣ କରିଥିଲେ  ।


ପୁରୀ, ୧୦ ଜୁନ୍ (ହି.ସ.)- ନୀଳକଣ୍ଠ ଟେବୁଲ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଶ୍ରୀକ୍ଷେତ୍ର କଲୋନୀର ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୟସ ବର୍ଗର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ । ବରିଷ୍ଠ କୋଚ କଲ୍ଲୋଳ ଗାଙ୍ଗୁଲି ଓ ଡାକ୍ତର କୁମାର ଅରୋଜ୍ୟୋତିଙ୍କ ତତ୍ତ୍ଵାବଧାନରେ ଖେଳାଳି ମାନେ ୭ ଦିନ ବ୍ୟାପୀ ପ୍ରଶିକ୍ଷଣ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗପତି ଜୟ ଜଗଦୀଶ ପାତ୍ର ଓ ଦନ୍ତ ବିଶେଷଜ୍ଞ ଡ଼ା. ଶୀତଲ କୋଟନି ଯୋଗ ଦେଇଥିଲେ । ଏକାଡେମୀର ସଦସ୍ୟ ଆଡଭୋକେଟ ଶ୍ରୀପ୍ରକାଶ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ପ୍ରତିଷ୍ଠାତା ସଂଗ୍ରାମ କିଶୋର ରଥ ଏକାଡେମୀର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନ ସମ୍ପର୍କରେ ଡାକ୍ତର କୁମାର ଅରୋଜ୍ୟୋତି ସମ୍ୟକ ସୂଚନା ପ୍ରଦାନ କରି ପୁରୀରେ ଟେବୁଲ୍ ଟେନିସ ନିମିତ୍ତ ସରକାରୀ ସ୍ତରରେ ଏକ ପେଶାଦାର ଟେବୁଲ୍ ଟେନିସ ସୁବିଧା ତଥା ହଲର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ସାହୁ ପୁରୀରେ ଟେବୁଲ ଟେନିସର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜୟ ଜଗଦୀଶ ପାତ୍ର ଓ ଡ଼ା ଶୀତଲ କୋଟନି ପ୍ରମୁଖ ଉପସ୍ଥିତ ରହି ପୁରୀରେ ଟେବୁଲ ଟେନିସର ପ୍ରଚାର ଓ ପ୍ରସାର ଦିଗରେ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳାଳୀ ମାନଙ୍କ ପ୍ରଶିକ୍ଷଣ ଦିଗରେ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅତିଥି ମାନେ ପୁରୀର ବରିଷ୍ଠ ହ୍ୟାଣ୍ଡବଲ ଖେଳାଳୀ ତଥା ନିକଟ ଅତୀତରେ ଭାରତକୁ ଏସୀୟ ବିଚ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ପ୍ରତିନିଧିତ୍ଵ କରିଥିବା ରଞ୍ଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ କନିଷ୍ଠ ବର୍ଗରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିବା ଏକାଡେମୀର ଖେଳାଳୀ କୁମାରୀ ଶ୍ରୀତିଜା ଚୌଧୁରୀ ଓ କୁମାରୀ ଅନୋଖି ମହାନ୍ତି ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଶେଷରେ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏକାଡେମୀର ସଦସ୍ୟ ତ୍ରିଦିପ ଦାସ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ପ୍ରଶିକ୍ଷଣ ଶିବିରର ଆୟୋଜନ ଦ୍ଵାରା ଖେଳାଳି ମାନଙ୍କ କ୍ରିଡ଼ା ଦକ୍ଷତାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରଶିକ୍ଷଣ ଶିବିରରେ ଆଡଭୋକେଟ ସତ୍ୟବ୍ରତ ଷଡ଼ଙ୍ଗୀ, ରାମ ନାଏକ, ଜିତେନ୍ଦ୍ର ବେହେରା, ଶୁଶ୍ରୀ ଶେଫାଳୀ ପତି, ଆର୍ଯ୍ୟକାନ୍ତ ପଟ୍ଟନାୟକ ଓ ବିଶ୍ୱଜିତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡାକ୍ତର କୁମାର ଆରୋଜ୍ଯୋତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande