ବଡଦାଣ୍ଡରେ ଓସ୍ତଗଛ, ଗଛରେ ଗୁଡାହୋଇଛି ବିଦ୍ୟୁତ ତାର
ପୁରୀ, ୧୦ ଜୁନ୍ (ହି.ସ.) - ପୁରୀ ରଥଯାତ୍ରା ପାଇଁ କମ୍ପୁଛି ପୁରୀ ସହର । ରାତି ପାହିଲେ ସ୍ନାନଯାତ୍ରା । ଟାଉନହଲ ରଥ ସମନ୍ୱୟ ସଭାରେ ବିଭାଗୀୟ ଅଧିକାରୀ ମାନେ ସବୁ କମ ହୋଇଯାଇଛି କହି ଲିଷ୍ଟ ପଢୁଛନ୍ତି। ବୈଠକରେ ହିଟ ଆଲୋଚନା ହେଉଥିବା ବେଳେ ପ୍ରକୃତ କାର୍ଯ୍ୟ ସେତିକି ହେଉନାହିଁ ବୋଲି ଅଭିଯୋଗ ହେଉଛି ।
ବଡଦାଣ୍ଡରେ ଓସ୍ତଗଛ ଗଛରେ ଗୁଡାହୋଇଛି ବିଦ୍ୟୁତ ତାର


ପୁରୀ, ୧୦ ଜୁନ୍ (ହି.ସ.) - ପୁରୀ ରଥଯାତ୍ରା ପାଇଁ କମ୍ପୁଛି ପୁରୀ ସହର । ରାତି ପାହିଲେ ସ୍ନାନଯାତ୍ରା । ଟାଉନହଲ ରଥ ସମନ୍ୱୟ ସଭାରେ ବିଭାଗୀୟ ଅଧିକାରୀ ମାନେ ସବୁ କମ ହୋଇଯାଇଛି କହି ଲିଷ୍ଟ ପଢୁଛନ୍ତି। ବୈଠକରେ ହିଟ ଆଲୋଚନା ହେଉଥିବା ବେଳେ ପ୍ରକୃତ କାର୍ଯ୍ୟ ସେତିକି ହେଉନାହିଁ ବୋଲି ଅଭିଯୋଗ ହେଉଛି । ବଡଦାଣ୍ଡରେ ଖୁଂଟ ରହିବ ନାହିଁ ବୋଲି କୁହାଯାଉଥିବା ବେଳେ ଖୁଂଟରେ ଶହ ଶହ ସର୍ଭିସ ତାର ଗୁଡାଯାଇ ବିପଦସଙ୍କୁଳ କରାଯାଉଛି । ଏବେ ରଥଖଳା ଛାମୁଣ୍ଡିଆ ପୂର୍ବରୁ ଏକ ଓସ୍ତଗଛ ଦେଖିବାକୁ ମିଳୁଛି। ଓସ୍ତଗଛ ମୂଳେ ରହିଛି ବିଦ୍ୟୁତ ଖୁଂଟ । ଗଛ ଖୁଂଟ ମିଶାଯାଇ ବିଦ୍ୟୁତ କେବୁଲ ଗୁଡାଯାଇଛି । ଶ୍ରୀଗୁଣ୍ଡିଚା ଦିନ ସେହି ସ୍ଥାନରେ ପ୍ରବଳ ଗହଳି ହେବ । ଯଦି ଦଳାଚକଟା ଅବସ୍ଥା ସୃଷ୍ଟି ହୁଏ ତେବେ ବିଦ୍ୟୁତ ଖୁଂଟ ସହ ଗଛ ଓ କେବୁଲରେ ଭକ୍ତ ଗୁଡାଇ ହୋଇଯିବାର ସମ୍ଭାବନା ରହିଛି । ଯଦି କରେଂଟ ଚାର୍ଜ ହୋଇଯାଏ ତେବେ ଅଣାୟତ ଅବସ୍ଥାକୁ ଚାଲି ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତୁରନ୍ତ ଏହି ଗଛ କାଟିବା ସହ ଖୁଂଟ ନରଖିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande