ଗଞାମ, ୧୧ ଜୁନ୍ (ହି.ସ.) - ଶେରଗଡ଼ ବ୍ଲକ ରନୂତନପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ମାନସ ରଞ୍ଜନ ବିଶୋଇ ଶିବିରକୁ ପରିଚାଳନା କରିଛନ୍ତି। ଶିବିରରେ ଆୟୁଷ ଡାକ୍ତର ଦେବାଶିଷ ଶତପଥୀ ଫାର୍ମାସୀ ଅଧିକାରୀ ବସନ୍ତକୁମାର ସୁବୁଦ୍ଧି ଏଲ ଟି ପ୍ରତିଞ୍ଜାସାହୁ, ହସ୍ପିଟାଲ କର୍ମଚାରୀ ପଂଚାନନ ଗଉଡ, ଶରତ ପଟ୍ଟନାୟକ ଓ ରୋହିତ କୁମାର ନାୟକ ପ୍ରମୁଖ ଶିବିରରେ ସହଯୋଗ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଅତିଥି ରୂପେ ଯୋଗଦେଇ ଥିଲେ। ଶତାଧିକ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣା ରେ ଔଷଧ ବଂଟନ କରାଯାଇଛି। ରୋଗୀଙ୍କୂ ଡାକ୍ତର ଖାନା ପ୍ରତି ଆଗ୍ରହମୁଖୀ କରିବାପାଇଁ ଔଷଧ ସହ ବିସ୍କୁଟ ପକେଟ ପାଣିବୋତଲ ପ୍ରଦାନ କରାଯାଇଥିଲା। ପରିଶେଷରେ ଲେବରଟୋରୀ ଟେକନସିଏନ ପ୍ରତିଜ୍ଞା ସାହୁଙ୍କ ଜନ୍ମଦିନ ଅବସରରେ ହସପିଟାଲ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇ ମିଠା ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ