ଧର୍ମପରାୟଣା ମହିଳା ବାସନ୍ତୀ ସାହୁ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
ଧର୍ମପରାୟଣା ମହିଳା ବାସନ୍ତୀ ସାହୁ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ବଲାଙ୍ଗିର, 11 ଜୁନ୍ (ହି.ସ.) ବଲାଙ୍ଗୀର,ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆର.ଟି.ଓ ଛକ ନିବାସୀ ବାସନ୍ତୀ ସାହୁଙ୍କ ୭୦ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଭୁବନେଶ୍ଵରର କେୟାର ହସ୍ପିଟାଲ ଠାରେ ଚିକିତ୍ସ
ଧର୍ମପରାୟଣା ମହିଳା ବାସନ୍ତୀ ସାହୁ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ


ଧର୍ମପରାୟଣା ମହିଳା ବାସନ୍ତୀ ସାହୁ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ବଲାଙ୍ଗିର, 11 ଜୁନ୍ (ହି.ସ.) ବଲାଙ୍ଗୀର,ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆର.ଟି.ଓ ଛକ ନିବାସୀ ବାସନ୍ତୀ ସାହୁଙ୍କ ୭୦ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଭୁବନେଶ୍ଵରର କେୟାର ହସ୍ପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ବଲାଙ୍ଗିର ଜିଲ୍ଲା ଦେଓଗାଁ ନିବାସୀ ସ୍ଵର୍ଗତଃ ଶ୍ରିପତି ଚରଣ ସାହୁଙ୍କ ସାନ ଝିଅ ତଥା ଜଣେ ଶାନ୍ତ, ମିଷ୍ଟଭାଷୀ,ମେଳାପୀ,ଧର୍ମପରାୟଣl ଓ ପରୋପକାରୀ ମହିଳା ଭାବରେ ଜଣାଶୁଣା ବାସନ୍ତୀ ସାହୁଙ୍କ ଗତ ମଙ୍ଗଳବାର ରାତି ୧୧ ଟା ରେ ପରଲୋକ ହୋଇ ଯାଇଛି l ଭୁବନେଶ୍ବର ରୁ ଅଣାଯାଇ ବଲାଙ୍ଗିର ବାସ ଭବନ ରେ ରଖି କିଛି ସମୟ ପରେ ମୃତ୍ୟୁଶଯ୍ୟାରେ ପୁତ୍ର ଜୋତି ପ୍ରକାଶ ସାହୁ, ନାତି ନାତୁଣୀ ୩ ଝିଅ ଆତ୍ମୀୟ, ସ୍ୱଜନ ଓ ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ। ବଲାଙ୍ଗିର ବାସ ଭବନ ଠାରେ, ପୁତ୍ର ଜୋତି ପ୍ରକାଶ ସାହୁ ବଲାଙ୍ଗିର ସ୍ତିତ ଶ୍ମଶାନରେ ମୁଖାଗ୍ନି ଦେଇ ତାଙ୍କର ଶେଷକୃତ୍ୟ ସଂପନ୍ନ କରିଛନ୍ତି ମୃତକଙ୍କ ପୁଅ ଜ୍ଯୋତିପ୍ରକାଶ ସାହୁ ସୂଚନା ଦେଇଛନ୍ତି l କିଛି ଦିନ ତଳେ ବାପା ଚାଲିଗଲେ ପରେ ସ୍ବର୍ଗତ ବାସନ୍ତୀ ସାହୁ ପୁଅ ଜୋତି ସାହୁ ପାଖରେ ସ୍ଥାୟୀ ଭାବରେ ଅବସ୍ଥାନ କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande