ଶୁକ୍ରବାର ଠାରୁ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା-୨୦୨୫ ଅନୁଷ୍ଠିତ
ଖୋର୍ଦ୍ଧା, ୧୧ ଜୁନ୍ (ହି.ସ.) - ଓଡ଼ିଶା ସରକାରଙ୍କ ଏକବର୍ଷ ଶାସନ ପୂର୍ତି ଉପଲକ୍ଷେ ଆସନ୍ତା କାଲି ଜୁନ ୧୨ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ହାବେଳି ପଡ଼ିଆରେ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା-୨୦୨୫ ଅନୁଷ୍ଠିତ ହେବ । ଏହି ଜନଜାଗରଣ ତଥା ସଚେତନ
ଶୁକ୍ରବାର ଠାରୁ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା-୨୦୨୫ ଅନୁଷ୍ଠିତ


ଖୋର୍ଦ୍ଧା, ୧୧ ଜୁନ୍ (ହି.ସ.) - ଓଡ଼ିଶା ସରକାରଙ୍କ ଏକବର୍ଷ ଶାସନ ପୂର୍ତି ଉପଲକ୍ଷେ ଆସନ୍ତା କାଲି ଜୁନ ୧୨ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ହାବେଳି ପଡ଼ିଆରେ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା-୨୦୨୫ ଅନୁଷ୍ଠିତ ହେବ । ଏହି ଜନଜାଗରଣ ତଥା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ମଧ୍ୟ ଅନୁଷ୍ଠିତ ହେବ । ଜୁନ ୧୨ ତାରିଖ ପୂର୍ବାହ୍ନ ୧୦ ଘଟିକା ମହାତ୍ମାଗାନ୍ଧୀ ମାର୍ଗ, ଖାରବେଳ ନଗର, ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିକାଶ ବାହନ ଗୁଡ଼ିକର ଶୁଭାରମ୍ଭ ହେବ । ପରୋକାନ୍ତେ ଅପରାହ୍ନ ୫ ଘଟିକା ସମୟରେ ଖୋର୍ଦ୍ଧା ହାବେଲୀ ପଡ଼ିଆରେ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳାର ଶୁଭ ଉଦ୍ଘାଟନ, ଯୋଗ୍ୟ ହିତାଧିକାରୀଙ୍କୁ ପେନସନ କାର୍ଡ, ଶ୍ରମ କାର୍ଡ, ରାସନ କାର୍ଡ ବଂଟନ ହେବ । ୧୩ ତାରିଖରେ ଅପରାହ୍ନ ୪ ଘଟିକା ସମୟରେ ହାବେଳୀ ପଡିଆଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମହିଳା ପ୍ରତିଯୋଗୀ ଓ ଉତ୍କୃଷ୍ଟ ଗୋଷ୍ଠୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ ୧୪,୧୫ ଏବଂ ୧୬ ତାରିଖ ରେ ଓଡ଼ିଶାର ପାରମ୍ପାରିକ ରଜ ପର୍ବ ପଡୁଥିବାରୁ, ଉକ୍ତ ଦିନ ମାନଙ୍କରେ ସକାଳ ୧୧ ଘଟିକା ସମୟରେ ରଜପର୍ବ ପାଳନ ଏବଂ ଅପରାହ୍ନ ୪ ଘଟିକାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ ଓ ସନ୍ଧ୍ୟା ୬ ଘଟିକା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ ୧୭ ତାରିଖରେ ୧୧ ଘଟିକା ସମୟରେ ଭୁବନେଶ୍ୱରଠାରେ ବିକଶିତ ଖୋର୍ଦ୍ଧା ବିକଶିତ ଓଡ଼ିଶା ଉପରେ ବୌଦ୍ଧିକ ଆଲୋଚନା, ଅପରାହ୍ନ ୪ଘଟିକା ସମୟରେ ହାବେଳି ପଡିଆ, ଖୋର୍ଦ୍ଧାଠାରେ ଉତ୍କୃଷ୍ଟ କୃଷକ ମାନଙ୍କୁ ସମ୍ବର୍ଦ୍ଧନା, କୃଷିବିଭାଗ ଅଧିନସ୍ଥ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଂଟନ ଏବଂ ସନ୍ଧ୍ୟା ୬ ଘାଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୮ ତାରିଖରେ ଅପରାହ୍ନ ୪ଘଟିକା,୫ଘଟିକା, ସଂଧ୍ୟା ୬ଘଟିକା ଓ ସଂଧ୍ୟା ୭ଘାଟିକାରେ ଯଥାକ୍ରମେ ମାଟ୍ରିକ ପରୀକ୍ଷାରେ ଏ (୧)ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା, ଆଦିବାସୀ ଶକ୍ତି ଦିବସ ପାଳନ (ଧରତୀ ଆବା ଜନଯାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ), ଡ୍ରାମା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହବେଳି ପଡ଼ିଆରେ ଅନୁଷ୍ଠିତ ହେବ । ଜୁନ ୧୯ ତାରିଖରେ ଅପରାହ୍ନ ୪ଘଟିକା ଓ ସନ୍ଧ୍ୟା ୬ ଘାଟିକାରେ ଯଥାକ୍ରମେ ଓଡ଼ିଆ ଗୁଣାତ୍ମକ ଚଳଚ୍ଚିତ୍ର ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୦ତାରିଖ ଅପରାହ୍ନ ୪ଘଟିକା, ୫ଘଟିକା, ସଂଧ୍ୟା ୬ଘଟିକା ଓ ୭ଘଟିକା ସମୟରେ ଯଥାକ୍ରମେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ, ନାଟକ ପ୍ରଦର୍ଶନ, ପୁରସ୍କାର ବିତରଣ ଓ ବିକାଶ ମେଳାର ଉଦଯାପନୀ ଉତ୍ସ୍ୱ ଅନୁଷ୍ଠିତ ହେବ । ଜୁନ ୨୧ତାରିଖରେ ସକାଳ ୬ଘଟିକା ସମୟରେ ଆନ୍ତର୍ଜାତୀୟ ଯୋଗ ଦିବସ ତଥା ଯୁବା ଦିବସ ପାଳନ ଓ ସଫଳ ଛାତ୍ର ଛାତ୍ରୀ ତଥା ଯୁବା ମାନଙ୍କୁ ହୋ୍ୱଳୀ ପଡ଼ିଆରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏଣୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନ ସାଧାରଣ ଜୁନ ୧୨ ତାରିଖରୁ ଜୁନ ମାସ ୨୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଏହି ବିକଶିତ ମେଳାର ଅଂଶୀଦାର ହୋଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଲୋକାଭିମୁଖୀ ଯୋଜନାର ମୁଖ୍ୟ ସ୍ରୋତରେ ନିଜେ ସାମିଲ ହେବାସହ ଅନ୍ୟକୁ ସାମିଲ କରାଇ ସରକାରଙ୍କର ସମସ୍ତ ଯୋଜନାର ସୁଫଳ ନିଜେ ଗ୍ରହଣ କରିବା ସହ ଅନ୍ୟକୁ ସହଯୋଗ କରି ଖୋର୍ଦ୍ଧା ଜିଲ୍ଲାର ପାରମ୍ପାରିକ ସଂସ୍କୃତି ଓ ଇତିହାସ ଉଜ୍ଜୀବିତ ରଖିବା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande