ସ୍ନାନବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି
ଯୋଡ଼ା, 11 ଜୁନ୍ (ହି.ସ.)- ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଦେବ ସ୍ନାନ ବା ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ସ୍ୱୟଂ ଜଗନ୍ନାଥ ସୁଦର୍ଶନ ସହିତ ରତ୍ନ ବେଦୀ ଛାଡି ଚାଲି ଆସନ୍ତି ସ୍ନାନ ବେଦୀକୁ । ଶ୍ରୀ ମନ୍ଦିରରେ ଏହି ପ୍ରଥା
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି


ଯୋଡ଼ା, 11 ଜୁନ୍ (ହି.ସ.)- ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଦେବ ସ୍ନାନ ବା ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ସ୍ୱୟଂ ଜଗନ୍ନାଥ ସୁଦର୍ଶନ ସହିତ ରତ୍ନ ବେଦୀ ଛାଡି ଚାଲି ଆସନ୍ତି ସ୍ନାନ ବେଦୀକୁ । ଶ୍ରୀ ମନ୍ଦିରରେ ଏହି ପ୍ରଥା ଚାଲି ଆସୁଥିବା ବେଳେ ବିଶ୍ୱରେ ରହିଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ଏହି ପରମ୍ପରାକୁ ଅନୁସରଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସୀମାନ୍ତ ଖଣି ଅଂଚଳ ବଲାଣି ଆବାସିକ କଲୋନୀ କ୍ଷେତ୍ରରେ ରେ ଥିବା ଶ୍ରୀ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ବିରସା କ୍ଳବ ନିକଟ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ସ୍ନାନ ପୂର୍ଣ୍ଣିମା ବଡ଼ ଭକ୍ତି ଓ ଶ୍ରଦ୍ଧା ସହିତ ପାଳନ କରାଯାଇଛି । ସର୍ବ ପ୍ରଥମେ ସୁଦର୍ଶନ ପରେ ବଡ଼ଭାଇ ବଳଭଦ୍ରଙ୍କୁ ଘଣ୍ଟ ହୁଳୁହୁଳି ରେ ସ୍ନାନ ମଣ୍ଡପରେ ପହଣ୍ଡି ବିଜେ କରାଯାଇଥିଲା ଏବଂ ତାଙ୍କ ପଛକୁ ଭଉଣୀ ସୁଭଦ୍ରା ଓ ସବାଶେଷ ରେ ସ୍ନାନ ବେଦୀରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ସ୍ନାନ ବେଦୀରେ ବିଭିନ୍ନ ପୂଜା ଅର୍ଚ୍ଚନା ପରେ ବଳଭଦ୍ରଙ୍କୁ ୩୩ ଗରା, ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗରା, ଭଉଣୀ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରାରେ ମୋଟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୂତନ ବସ୍ତ୍ର ଲାଗି ନୀତି କରାଯିବା ପରେ ଅନ୍ୟାନ୍ୟ ହୋମ କାର୍ଯ୍ୟ ଆଦି ସମ୍ପନ୍ନ ହେବା ପରେ ଭୋଗ ଲାଗି ପୂଜା ବିଧି ସମ୍ପନ୍ନ ହୋଇଥିଲା । ପରେ ଠାକୁରଙ୍କ ବିଭିନ୍ନ ବିଧି ସମ୍ପନ୍ନ ହେବା ପରେ ଶ୍ରୀ ଜୀଉ ମାନଙ୍କୁ ଅଣସର ଘରେ ରଖାଯାଇଥିଲା । ଏହି ଅବସରରେ ଉଭୟ ମନ୍ଦିରର ପୂଜକ ତଥା ବଲାଣି ଅଞ୍ଚଳର ବ୍ରାହ୍ମଣ ସେବାୟତ ଭାବରେ ସେବା ଯୋଗାଇଦେବା ସହିତ ଅନେକ ଭକ୍ତ ଦର୍ଶନ ଲାଗି ମନ୍ଦିରରେ ଉପସ୍ଥିତ ଥିଲେ । ମହିଳା ଭକ୍ତ ମାନେ ଠାକୁରଙ୍କୁ ଲାଗିହେବାକୁ ବିଭିନ୍ନ ତୁଳସୀ ମାଳ, ଫୁଲ ମାଳ ଆଦି ପ୍ରସ୍ତୁତ କରିଥିଲେ । ଉଭୟ ମନ୍ଦିର କମିଟିର ବିଭିନ୍ନ ସଦସ୍ୟ ମାନେ ସହଯୋଗ କରିଥିଲେ । ।

---------------

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande