ଜୟପୁର, 11 ଜୁନ୍ (ହି.ସ.) ଜୟପୁର ସହର ସୁନାରିସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାର ଚୋରି ହୋଇଛି । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି କେ. ସୁନିତା ଜୟପୁର ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗଖୁ ଭତ୍ତି କରି ଟାଉନ ପୋଲିସ ଆଜି ଅପରାହ୍ନ ୪ଟାରେ ବିଦ୍ୟାଳୟ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁଯାଇ ବତ୍ତ ମାନ ଖରା ଛୁଟି ଚାଲିଥିବା ବେଳେ ଦୀର୍ଘ ଦିନ ବିଦ୍ୟାଳୟ ବନ୍ଦ ରହିଥିବା ବଳେ ଦୁବୁତ୍ତ ମାନେ ବିଳମ୍ବିତ ରାତ୍ର ସମୟରେ ଚୋରି କରିଛନ୍ତି । ବିଦ୍ୟାଳୟର ତାଲା ଭାଙ୍ଗି ୨୪ ପ୍ୟାକେଟ ଚାଉଳ, ଗୋଟିଏ ଆଲମାରି, ଚାଉଳ ମାପିବା ଓଜନ ମେଶିନ, ଭେଣ୍ଡିଂ ମେଶିନ, ପାଣି ମୋଟର, ୭ଟି ହଣ୍ଡା, ଟେବୁଲ, ସ୍ପିର୍କର, ଗୁରୁତ୍ୱ ପୁଣ୍ଣ କାଗଜ ପତ୍ର, ୮ ଟି ଫ୍ୟାନ ଆଦି ଚୋରି ହୋଇଛି । ତୁବୁତ୍ତମାନେ ସମସ୍ତ ଶ୍ରେଣିର ତାଲା ଭାଙ୍ଗି ଦେବା ସହ କ୍ସାସ ରୁମରେ ଥିବା ଜିନିଷ ଫୋପାଡି ଥିବା ଜଣାଯାଇଛି । ଆଜି ସକାଳୁ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ କୁ ଯିବା ସମୟରେ ଚୋରି ହୋଇଥିବା ଜାଣି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ପଛପଟୁ ଦବୁତ୍ତ ମାନେ ଟିଣକୁ ତାଡି ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ପଡୋଶି ଙ୍କ ନିକଟରେ ଥିବା ସିସି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଥିବା ବିଷୟ ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି । ---------------
ହିନ୍ଦୁସ୍ଥାନ ସମାଚାର / ପିକେପି