ମହାବାହୁଙ୍କ ଦେବସ୍ନାନ ପୂର୍ଣ୍ଣିମା
ବଲାଙ୍ଗିର, 11 ଜୁନ୍ (ହି.ସ.) ଆଜି ବଳାଙ୍ଗିର,କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବହୁତ ଭକ୍ତଙ୍କ ସମାଗମରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ରତ୍ନବେଦି ଛାଡି ଭାଇ, ଭଉଣୀଙ୍କ ସହ ସ୍ନାନବେଦିରେ ଉଭା ହୋଇଥିଲେ । ଆଜି ଧନୀ,ଗରିବ,ତପୀ,ପାପ
ମହାବାହୁଙ୍କ ଦେବସ୍ନାନ ପୂର୍ଣ୍ଣିମା


ବଲାଙ୍ଗିର, 11 ଜୁନ୍ (ହି.ସ.) ଆଜି ବଳାଙ୍ଗିର,କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବହୁତ ଭକ୍ତଙ୍କ ସମାଗମରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ରତ୍ନବେଦି ଛାଡି ଭାଇ, ଭଉଣୀଙ୍କ ସହ ସ୍ନାନବେଦିରେ ଉଭା ହୋଇଥିଲେ । ଆଜି ଧନୀ,ଗରିବ,ତପୀ,ପାପୀ,ଜାତି ଅଜାତିର ବାଛବିଚାର ନଥିଲା । ସମସ୍ତେ ଭକ୍ତିର ଡୋରିରେ ବନ୍ଧାହୋଇ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ଘଣ୍ଟ ଶଙ୍ଖର ଧ୍‌ôନୀରେ ସ୍ନାନମଣ୍ଡପ ପ୍ରକମ୍ଫିତ ହୋଇଉଠିଥିଲା । ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳେଇ ନେବା ପାଇଁ ଭାବଗ୍ରାହୀ ସତେଯେପରି ତତ୍ପର ହୋଇ ଉଠିଥିଲେ । ବହୁ କୁନି କୁନି ଭକ୍ତ ଏହି ଉତ୍ସବରେ ଯୋଗଦେଇ ମହାପ୍ରଭୁଙ୍କ ଆଶିର୍ବାଦ ଲାଭ କରିଥିଲେ । ମହାପ୍ରଭୁଙ୍କ ସ୍ନାନ ବିଧି ସମ୍ପନ ହେଲା ପରେ ମହାବାହୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି ଭକ୍ତମାନେ ଆନନ୍ଦରେ ହରିବୋଲ ଓ ହୁଲହୁଲି ଦେଇ ସ୍ନାନବେଦିକୁ ଭକ୍ତିମୟ କରିଥିଲେ । ମଣିମାଙ୍କ ଏଭଲି ଲିଳା ସମସ୍ତ ଭକ୍ତଙ୍କୁ ବିମୋହିତ କରିଥିଲା । ମହାପ୍ରଭୁଙ୍କ ଏହି ସବୁ କାର୍ଯ୍ୟ ରଥ ଯାତ୍ରା କମିଟିର କର୍ତ୍ତା ଶେଷଦେବ ସେଠ୍‌,ଙ୍କତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଓ ଅନ୍ୟ ସମସ୍ତ ଭକ୍ତ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande