କେନ୍ଦୁଝର , 11 ଜୁନ୍ (ହି.ସ.)
ଆଜି କେନ୍ଦୁଝର ଜିଲ୍ଳାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ସ୍ନାନ ଯାତ୍ରା ଆରମ୍ଭ ହୋଇଛି। ସକାଳୁ କେନ୍ଦୁଝରର ରାଜା ଧନଞ୍ଜୟ ଭଞ୍ଜଦେଓ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ବଳଦେବଜିଉ, ପରେ ମା ସୁଭଦ୍ରା ଏବଂ ପରେ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡି କରି ପହଣ୍ଡିଆ ସେବକ ମାନେ ମନ୍ଦିର ପରିସରରେ ଥିବା ସ୍ନାନ ବେଦୀକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ୧୦୮ କଳସ ରେ ତିନି ପ୍ରଭୁଙ୍କୁ ସ୍ନାନ କରାଯାଉଛି। ସ୍ନାନ ପରେ ଗଜବେଶ କରାଯିବ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA