ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ
ଜୟପୁର, ୧୧ ଜୁନ୍ (ହି.ସ.) - ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ୬୯ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ସହଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କୋରାପୁଟ ଭି.କୀର୍ତିଭାସନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଧାୟକ, କୋରାପୁଟ ରଘୁରାମ ମାଛ, ବିଧାୟକ
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ


ଜୟପୁର, ୧୧ ଜୁନ୍ (ହି.ସ.) - ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ୬୯ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ସହଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କୋରାପୁଟ ଭି.କୀର୍ତିଭାସନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଧାୟକ, କୋରାପୁଟ ରଘୁରାମ ମାଛ, ବିଧାୟକ ପଟ୍ଟାଙ୍ଗୀ ଶ୍ରୀ ରାମ କାଡାମ୍‌, ବିଧାୟକ ଲକ୍ଷ୍ମିପୁର ପବିତ୍ର ସାଉନ୍ତାଙ୍କ ସହ ଅନ୍ୟ କମିଟି ସଭ୍ୟ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ପ୍ରଶାସିକା ସ୍ନେହପ୍ରଭା ମାଝୀ ସମସ୍ତ କମିଟି ସଦସ୍ୟ, ସଦସ୍ୟା ମାନଙ୍କୁ ସ୍ୱାଗତ ଜଣାଇବା ସହ ଆର୍ôଥକ ବର୍ଷ ୨୦୨୫-୨୬ ନିମନ୍ତେ ପ୍ରସ୍ତୁତ କାର୍ଯ୍ୟଖସଡା ଉପସ୍ଥାପନ କରିଥିଲେ ଓ କମିଟିର ସଦସ୍ୟମାନେ ଏହାଉପରେ ସବିଶେଷ ଆଲୋଚନା କରିବା ସହ ସେମାନଙ୍କ ମତାମତ ରଖିଥିଲେ । ପ୍ରମୂଖତଃ ଆଦିବାସୀ ବିଦ୍ୟାର୍ôଥମାନଙ୍କ ଉନ୍ନତ ଶିକ୍ଷା, ଛାତ୍ରୀନିବାସ ମାନଙ୍କର ଉଚ୍ଚତମ ସୁରକ୍ଷା ପାଚେରୀ, ସି.ସି.ଟି.ଭି କ୍ୟାମେରା ସଂଯୋଗ, ପ୍ରତ୍ୟେକ ଛାତ୍ରାବାସରେ ଶୌଚାଳୟ ଓ ଜଳଯୋଗାଣର ସୁନିଶ୍ଚିତତା ଏବଂ ସ୍କୁଲ୍ ପରିଷରର ସମସ୍ତ କଚ୍ଚାରାସ୍ତାକୁ ପେଭର୍ ବ୍ଲକ୍ ବିଛାଇବା ନିମନ୍ତେ ମତପ୍ରକାଶ ପାଇଥିଲା । ଏଥିସହିତ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଅଧିନରେ ଆର୍ôଥକ ବର୍ଷ ୨୦୨୪-୨୫ରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଯଥା କୃଷି, ଜଳସେଚନ, ଲଘୁ ଉଦ୍ୟୋଗୀମାନଙ୍କୁ ଆର୍ôଥକ ସହାୟତା ପ୍ରଭୃତି ଉପରେ ବିଶଦ୍ ଆଲୋଚନା କରାଯାଇ ଚଳିତ ଆର୍ôଥକ ବର୍ଷ ୨୦୨୫-୨୬ର କାର୍ଯ୍ୟଖସଡା ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର ଆଇନ୍ ୨୦୦୬ ର କାର୍ଯ୍ୟକାରୀ ଉପରେ ଆଲୋଚନା ହୋଇଥିଲା ।

ଧରତୀଆବା – ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଓ ଚିହ୍ନଟ ହୋଇଥିବା ୫୭୨ ଗ୍ରାମରେ ଜୁନ୍ ୧୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ସଚେତନତା କାର?୍ୟ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନିଲ କୁମାର ତାଣ୍ଡି, ଉପ ନିର୍ଦେଶକ ଉଦ୍ୟାନ ବିଭାଗ ସୁଦାମ ବିଶ୍ୱାଳ, ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande