ଜୟପୁର, ୧୧ ଜୁନ୍ (ହି.ସ.) - ରଜ ମଉଜ କମିଟିର ପ୍ରସ୍ତୁତି ବୈଠକ ଜ୍ୟୋତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଭ୍ୟ ଡ. ସୁରେଶ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜମଉଜ ଉତ୍ସବ-୨୦୨୫ କିପରି ପାଳନ କରାଯିବ ସେନେଇ ଆଲୋଚନା କରିବା ସହ ନିଷ୍ପତି ଗ୍ରହଣ କରାଯାଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁଇଦିନ ଧରି ରଜମଉଜ ଉତ୍ସବ ପାଳନ କରାନଯାଇ ମାତ୍ର ଗୋଟିଏ ଦିନ ପାଳନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ୧୫ତାରିଖରେ ପୂର୍ବାହ୍ଣରୁ ରାତି ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏଥିରେ କବି ସମ୍ମିଳନୀ ସହ ଝୋଟି, ଚିତା, ଖେଳକୁଦ, ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବସୁବତୀ ଲୋକାର୍ପଣ ହେବ। ଏଥିସହ ବିଭିନ୍ନ କ୍ଷେତ୍ରରେ ପ୍ରିଭାବାନଙ୍କୁ ଚୟନ କରି ବସୁବତୀ ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ସହ ସମ୍ପାଦକ ଲୋକନାଥ ମହାନ୍ତିଙ୍କ ଦାୟିତ୍ୱ ପ୍ରଦାନ କରିବା ସହ ଚୟନ କମିଟି ଗଠନ କରିବା ପାଇଁ ସ୍ଥିର କରାଯାଇଛି। ଏଥିରେ କାହ୍ନୁଚରଣ ପ୍ରଧାନ, ପି. ଗୁପ୍ତେଶ୍ୱର ରାଓ, ଆଇନିଜୀବୀ ତାପସ ପଣ୍ଡା, ଆଇନଜୀବୀ କି?ଶୋର ମିଶ୍ର, ରାହୁଳ ବିଶ୍ୱାଳ, ଶ୍ରୀନାଥ ମିଶ୍ର, କୈଳାସ ସାମନ୍ତରାୟ, ଅସଙ୍ଗ ପାଢ଼ୀ, ମୁଦିରଥ ହୋତା, ବୃନ୍ଦାବନ ପ୍ରଧାନ, ପଂଚାନନ ମିଶ୍ର, ପ୍ରସନ୍ନ ହୃଦୟ ସାହୁ, ବାପି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଚନ୍ଦ୍ରମଣି ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି