ସ୍କୁଲ ଡ୍ରପ ଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି - ମନ୍ତ୍ରୀ
ଭୁବନେଶ୍ୱର,୧୧ ଜୁନ (ହି.ସ.) - ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ସ୍କୁଲ ଡ୍ରପ ଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ବିଭାଗ ତରଫରୁ ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଇଛି। ପିଲା କେଉଁ କାରଣରୁ ଡ୍ରପ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି। ଏ ନେଇ
ସ୍କୁଲ ଡ୍ରପ ଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି - ମନ୍ତ୍ରୀ


ଭୁବନେଶ୍ୱର,୧୧ ଜୁନ (ହି.ସ.) - ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ସ୍କୁଲ ଡ୍ରପ ଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ବିଭାଗ ତରଫରୁ ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଇଛି। ପିଲା କେଉଁ କାରଣରୁ ଡ୍ରପ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି। ଏ ନେଇ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କର ସର୍ଭେ କରାଯାଇଛି। ଡୋର ଟୁ ଡୋର ଯାଇ ଶିକ୍ଷକ ମାନେ ସର୍ଭେ କରିଛନ୍ତି। ସେହି ସର୍ଭେ ରିପୋର୍ଟ ଆସିଲା ପରେ ସରକାର ପଦକ୍ଷେପ ନେବେ । ସରକାର ରିପୋର୍ଟକୁ ଅଧ୍ୟୟନ କରି କଣ କରାଗଲେ ଡ୍ରପ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ। ଏହାସହ ସରକାରଙ୍କ ପକ୍ଷରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ତେଣୁ ସରକାର ସରକାରଙ୍କ ପଦକ୍ଷେପ ଯୋଗୁଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡ଼ମିଶନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande