ନବନିଯୁକ୍ତ ପିସିସି ଅନୁସୁଚୀତ ଜନଜାତି ବିଭାଗ ଅଧ୍ୟକ୍ଷଙ୍କୁ ପିସିସି ପକ୍ଷରୁ ସ୍ୱାଗତ
ଭୁବନେଶ୍ୱର,୧୧ ଜୁନ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚୀତ ଜନଜାତି ବିଭାଗର ଅଧ୍ୟକ୍ଷ ଜଶୋବନ୍ତ ସିଂ ଲାଗୁରିଙ୍କୁ କଂଗ୍ରେସ ଭବନ ଠାରେ ସ୍ୱାଗତ କରାଯାଇଛି। ଅତ୍କଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଡ. ଭିକ୍ରାନ୍ତ ଭୁରୀଆଙ୍କୁ ଦିଲ୍ଲୀଠାରେ ଶ୍ରୀ ଲାଗୁରୀ ସାକ୍ଷା
ନବନିଯୁକ୍ତ ପିସିସି ଅନୁସୁଚୀତ ଜନଜାତି ବିଭାଗ ଅଧ୍ୟକ୍ଷଙ୍କୁ ପିସିସି ପକ୍ଷରୁ ସ୍ୱାଗତ


ଭୁବନେଶ୍ୱର,୧୧ ଜୁନ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚୀତ ଜନଜାତି ବିଭାଗର ଅଧ୍ୟକ୍ଷ ଜଶୋବନ୍ତ ସିଂ ଲାଗୁରିଙ୍କୁ କଂଗ୍ରେସ ଭବନ ଠାରେ ସ୍ୱାଗତ କରାଯାଇଛି। ଅତ୍କଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଡ. ଭିକ୍ରାନ୍ତ ଭୁରୀଆଙ୍କୁ ଦିଲ୍ଲୀଠାରେ ଶ୍ରୀ ଲାଗୁରୀ ସାକ୍ଷାତ ଆଲୋଚନା କରି ଆଜି ଅପରାହ୍ନରେ କଂଗ୍ରେସ ଭବନ ଠାରେ ପହଂଚିବା ପରେ ତାଙ୍କୁ ବାଜା ବଜାଇ କଂଗ୍ରେସ କର୍ମୀମାନେ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ଜନଜାତିମାନଙ୍କର ସମସ୍ୟା ସମାଧାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜନଜାତି ବିଭାଗକୁ ସୁଦୃଢ଼ କରାଯିବ ବୋଲି ଏହି ଅବସରରେ ଶ୍ରୀ ଲାଗୁରୀ ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande