ପିସିସି ଶୃଙ୍ଖଳା କମିଟି ସଦସ୍ୟ କିଶାନ ପଣ୍ଡାଙ୍କୁ କୃତଜ୍ଞତା
ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ରାଜ୍ୟ ଶୃଙ୍ଖଳା କମିଟିର ସଦସ୍ୟ ଭାବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ୫ ଜଣିଆ ଶୃଙ୍ଖଳା କମିଟିର ସଦସ୍ୟ ମଧ୍ୟରେ ଶ୍ରୀ ପଣ୍ଡାଙ୍କୁ ମନୋନୀତ କରାଯାଇଥ
ପିସିସି ଶୃଙ୍ଖଳା କମିଟି ସଦସ୍ୟ କିଶାନ ପଣ୍ଡାଙ୍କୁ କୃତଜ୍ଞତା


ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ରାଜ୍ୟ ଶୃଙ୍ଖଳା କମିଟିର ସଦସ୍ୟ ଭାବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ୫ ଜଣିଆ ଶୃଙ୍ଖଳା କମିଟିର ସଦସ୍ୟ ମଧ୍ୟରେ ଶ୍ରୀ ପଣ୍ଡାଙ୍କୁ ମନୋନୀତ କରାଯାଇଥିବାରୁ ଧର୍ମଶାଳା କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଦାସଙ୍କୁ କୃତଜ୍ଞତା ଜ୍ଞାପନ ସହ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଯାଇଛି। ରାଜ୍ୟ ପରିବେଶ ସୁରକ୍ଷା କମିଟି ଆବାହକ ସୁଧାଂଶୁ ଦେଓ ,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ଜିଲ୍ଲା କୃଷକ କଂଗ୍ରେସ ସଭାପତି ବସନ୍ତ ପରିଡ଼ା, ଯାଜପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦୀପ କୁମାର କର, ପ୍ରଫୁଲ୍ଲ କୁମାର ରାୟ ,ବଡଚଣା ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ ବିଶ୍ୱାଳ,ଦୀପକ ବଳ ,ସଞ୍ଜୟ ରାଉତ, ଅମରେନ୍ଦ୍ର ସାମଲ, ନକୁଳ ଜେନା , ଦେବାଶିଷ ପରିଡା, କାର୍ତିକ ସାହୁ, ବିପ୍ର ତ୍ରିପାଠୀ, ପ୍ରମୋଦ ମହାନ୍ତି, ସୁକାନ୍ତ ପରିଡା, ସେକ ଇଦୋ, ସାଗର ପାଲ, ମାୟାଧର ରାଉତ,ସତ୍ୟାନନ୍ଦ ମଳିକ ସହିତ ବହୁ ଦଳୀୟ କର୍ମୀ ସମ୍ବର୍ଦ୍ଧନା ଜଣାଇଛନ୍ତି । ସେହିପରି ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଶୁଭେଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande