ଧର୍ମଶାଳା ଝାଡାବାନ୍ତିରେ ଦେଢ଼ ଶହରୁ ଉର୍ଦ୍ଧ ଆକ୍ରାନ୍ତ
ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଦେଢ ଶହରୁ ଉର୍ଦ୍ଧ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଗତକାଲି ଠାରୁ ଆଜି ମଧ୍ୟରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୧ ଜଣ ର
ଧର୍ମଶାଳା ଝାଡାବାନ୍ତିରେ ଦେଡ ଶହରୁ ଉର୍ଦ୍ଧ ଆକ୍ରାନ୍ତ


ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଦେଢ ଶହରୁ ଉର୍ଦ୍ଧ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଗତକାଲି ଠାରୁ ଆଜି ମଧ୍ୟରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୧ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ଆଜି ଏହି ଡାକ୍ତରଖାନାକୁ ୫୮ ଜଣ ଝାଡାବାନ୍ତି ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଧର୍ମଶାଳା ବ୍ଲକ ମହିଶରା ଓ ପାଖର ପଂଚାୟତର ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ଏବେ ଡାକ୍ତରଖାନାରେ ୩୪ ଜଣ ଚିକିତ୍ସାଧିନ ରହିଛନ୍ତି । ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଝାଡାବାନ୍ତି ରୋଗ ମାଡିଚାଲିଥିବା ବେଳେ ଏହାର ପ୍ରତିକାର ଓ କାରଣ ଖୋଜିବା ଲାଗି ରାଜ୍ୟ ମେଡିକାଲ ବିଭାଗ ପକ୍ଷରୁ ୨ ଜଣିଆ ଡାକ୍ତରୀ ଟିମ ଆସି ଧର୍ମଶାଳା ଡାକ୍ତରଖାନାରେ ରୋଗୀ ଏବଂ ତାଙ୍କ ସମ୍ପର୍କିୟମାନଙ୍କୁ ପଚରା ଉଚରା କରିଛନ୍ତି । ଭୁବନେଶ୍ୱରରୁ ଆସିଥିବା ଏହି ଟିମରେ ଡା. ସୁନିତା ଜେନା ଓ ଡା. ସୁରଜିତ ଗଡଗରୁ ଆଜି ଝାଡାବାନ୍ତିରେ ଆକ୍ରାନ୍ତ ପାଖର ଓ ଅଞ୍ଜିରା ପଂଚାୟତ ବୁଲି ଲୋକମାନଙ୍କୁ ପଚାରିବା ଅବଗତ ହେବା ସହ ଦଏହି ସମୟରେ ସୁସ୍ଥ ଖାଦ୍ୟ ଓ ଫୁଟପାଣି ପିଇବାକୁ ପରାମର୍ଶ ଦେଇଥିଲେ । ଏଥିସହ ଝାଡାବାନ୍ତିର ପ୍ରମୁଖ କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ସେହିପର ିଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିଳକଂଠ ମିଶ୍ର ଓ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଧର୍ମଶାଳା ମେଡିକାଲରେ ପହଁଚି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରୀ ଅବଗତ ହୋଇଥିଲେ । ଏହି ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମେଡିକାଲରେ ପହଁଚି ରୋଗୀମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ଯଜପୁର ଜିଲ୍ଲାରେ ୨ ଦିନ ହେଲା ଲାଗିରହିଥିବା ଝଡାବାନ୍ତି ରୋଗ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ରୋଗର କାରଣ ଖୋଜିବା ଲାଗି ଆଜଶ୍ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମେଡିକଲରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛି ଏବଂ ଯଥାଶିଘ୍ର ଏହକୁ କିଭଳି ରୋକାଯାଇ ପାରିବ ସେଥିଲାଗି ସରକାରଙ୍କ ତରଫରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ । ସେହିପରି ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଆଜି ଧର୍ମଶାଳା ମେଡିକାଲରେ ପହଁଚି ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କିୟମାନଙ୍କ ସହିତ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅବଗତ ହୋଇଥିଲେ । ବିଶେଷ କରି ଭୋଜିଭାତ ଲଗି ଜଡାବାନ୍ତି ରୋଗ ଅଧିକ ବ୍ୟାପୁଥିବା ବେରେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କ ପାଇଁ ଡାକ୍ତରଖାନାରେ ଆବଶ୍ୟକ ସାଲାଇନ ଓ ଔଷଧ ମହଜୁଦ ରହିଛି ଏବଂ ଏହାର ମୁକାବିଲା ଲାଗି ପ୍ରଶାସନ ସ୍ତ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande