ଧର୍ମଶାଳା,୧୧ଜୁନ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତରେ ରହିଥିବା ସରକାରୀ ଜମିଗୁଡିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରି ନିଜ ଅକ୍ତିଆରକୁ ନେଇଥିଲେ । ଫଳରେ ଶହଶହ ଏକର ସରକାରୀ ଜମି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଥିଲା । ଏଠାରେ ଅନାବାଦି ଓ ଗୋଚର ଜମିକୁ ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରି ନେଇଥିଲେ । ଫଳରେ ଗୃହପାଳିତ ପଶୁମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁ ନ ଥବବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ସ୍ଥାନୀୟ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଫଳରେ ଆଜି ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ଏହି ଉଚ୍ଛେଦ କାର୍ଯ୍ୟକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ