ଘଟଣାସ୍ଥଳରେ ପହଂଚିଲେ ଡାକ୍ତରୀ ଟିମ୍
ଯାଜପୁରରେ ଝାଡା ବାନ୍ତି
ଘଟଣାସ୍ଥଳରେ ପହଂଚିଲେ ଡାକ୍ତରୀ ଟିମ୍


ଭୁବନେଶ୍ୱର,୧୧ ଜୁନ (ହି.ସ.) - ଯାଜପୁରରେ ଝାଡା ବାନ୍ତି ବ୍ୟାପିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ୍‌। ସେ କହିଛନ୍ତି ଯେ ଯାଜପୁରରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ତାହା ଡାଇରିଆ ବୋଲି ରିପୋର୍ଟ ଆସିଛି। ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ଯାଇ ପହଂଚି ସାରିଛି। ଟିମ୍ ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତା ଅଧିକାରୀ ରହିଛନ୍ତି। କାହିଁକି ଡାଇରିଆ ବ୍ୟାପିଲା ଟିମ୍ ଅନୁଧ୍ୟାନ କରୁଛନ୍ତି । ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ୍ ଟିମ୍ ପଠା ଯାଉଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ଚାଲିଛି। ପାନୀୟ ଜଳ ଉତ୍ସ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିମ୍ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande