ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ସ୍ଥିତ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଅମୀୟ ରଞ୍ଜନ ପଣ୍ଡାଙ୍କ ଦ୍ୱାରା ରଚିତ ପ୍ରଥମ ଅଣୁଗଳ୍ପ କାଗଜଫୁଲ ପତ୍ରିକା ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ତଥା ଗାଳ୍ପିକ ଶ୍ରୀ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଉଦ୍?ଘାଟକ ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ରାଜକିଶୋର ପାଢ଼ୀ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସାହିତ୍ୟ ମଣିଷ ସଭ୍ୟତାକୁ ଦିଗ ଦେଖାଏ । ଆମର ଲକ୍ଷ୍ୟ ସାଧନା କରିବାକୁ ହେଲେ ଅତୀତ, ବର୍ତମାନ ଓ ଭବିଷ୍ୟତକୁ ନେଇ ଆଗକୁ ବଢିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ଧର୍ମଶାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ, ପୂର୍ବତନ ପଦ୍ଧାର୍ଥ ବିଜ୍ଞାନ ପ୍ରାଧ୍ୟାପିକା କେତକୀ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ଦାଶ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ଅମୀୟ ବିଜ୍ଞାନ ଛାତ୍ର ହୋଇ ଗବେଷଣା ସହ ସାହିତ୍ୟ ଉପରେ ମନୋନିବେଶ କରିଥିବାରୁ ତାଙ୍କ ଲେଖା ଓ ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ କାଗଜଫୁଲ ପତ୍ରିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ପର୍ବରେ ପିତା ନାରାୟଣ ପଣ୍ଡା ଓ ମାତା ସ୍ନେହମୟୀ ପଣ୍ଡା ଉପସ୍ଥିତ ରହି ଅମୀୟଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ