ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମୀକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା
ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ


ଧର୍ମଶାଳା,୧୧ଜୁନ୍ (ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମୀକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ସ୍ଥାପନ ପରେ ଯଜ୍ଞ କର୍ମ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦିବସମାନଙ୍କରେ ସୂର୍ଯ୍ୟପୂଜା,ଗୋପୂଜା ଓ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ସହ ଶ୍ରୀଜୀଉଙ୍କ ନ୍ୟାସ,ମନ୍ଦିର ପ୍ରତିଷ୍ଠା,ଶ୍ରୀ ବିଗ୍ରହ ମନ୍ଦିରରେ ପ୍ରବେଶ ଓ ଶେଷ ଦିବସରେ ପୂର୍ଣ୍ଣାହୂତି କର୍ମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ନାରାୟଣ ପତି ଓ ନିଶିକାନ୍ତ ପାଢୀଙ୍କ ପୌରହିତ୍ୟରେ ମୁଖ୍ୟ କର୍ତାଭାବେ ସୁକାନ୍ତ କୁମାର ବିଶ୍ୱାଳ ଓ ସହଧର୍ମଣୀ ଜୟନ୍ତୀ ବିଶ୍ୱାଳ ଯଜ୍ଞକର୍ମରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍ଥାନୀୟ ୧୦ ଗୋଟି ପଂଚାୟତର ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇ ବିଭୂକୃପା ଲାଭ କରିଥିଲେ । ବରିଷ୍ଠ ସଭ୍ୟ ପବିତ୍ର ବିଶ୍ୱାଳ,ଭାରତୀ ବିଶ୍ୱାଳ,ବିଷ୍ଣୁ ଚରଣ ଓଝା ଓ ମାନସ ବେହେରାଙ୍କ ସମତେ ସିନ୍ଧ ଚଣ୍ଡିର ସମସ୍ତ ସଭ୍ୟ ଓ କର୍ମକର୍ତା ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande