ପାର୍ଟ ପ୍ଲଟ ବିକ୍ରୀ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ
ଭୁବନେଶ୍ୱର,୧୧ ଜୁନ (ହି.ସ.) - ପାର୍ଟ ପ୍ଲଟ ବିକ୍ରି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର ହେଉ ବା ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ
ପାର୍ଟ ପ୍ଲଟ ବିକ୍ରୀ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ


ଭୁବନେଶ୍ୱର,୧୧ ଜୁନ (ହି.ସ.) - ପାର୍ଟ ପ୍ଲଟ ବିକ୍ରି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର ହେଉ ବା ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ।୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ। ଡ୍ରେନ, ପାର୍କିଙ୍ଗ, ଓପନ ପ୍ଲେସ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଂଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ। ଗତ ସମୟରେ ଦୀର୍ଘ ଦିନ ଧରି ପାର୍ଟ ପ୍ଲଟ ବିକ୍ରୀ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ ହଇରାଣ ହେଉଥିଲେ। ସମସ୍ତ ଷ୍ଟେକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। କୃଷି ଜମି ଉପରେ ସମସ୍ତ କଟକଣା ହଟିଛି। କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ଖୁବ୍‌୍ ଶୀଘ୍ର ଆପାର୍ଟମେଂଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟିବ। ଏଥିପାଇଁ ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି। ଚୁଡାନ୍ତ ପ୍ରକ୍ରିୟାରେ ଅଛି। ଅତୀତ ସରକାର ଯଦି ସମସ୍ୟାକୁ ଜାଣି ତାର ସମାଧାନ କରିଥାନ୍ତେ ଲୋକ ହଇରାଣ ହୋଇ ନଥାନ୍ତେ କି ସରକାରଙ୍କ ହଜାର ହଜାର କୋଟିର କ୍ଷତି ହୋଇଛି ନଥାନ୍ତା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande