ଯାଜପୁର ଜିଲ୍ଲାର ଝାଡ଼ାବାନ୍ତି ଘଟଣାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳ ସ୍ଥିତି ପରିଲକ୍ଷିତ ହୋଇଛି – ଯୁବ କଂଗ୍ରେସ
ଭୁବନେଶ୍ୱର,୧୧ ଜୁନ (ହି.ସ.) - ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ୨୦୦ ରୁ ଅଧିକ ଜିଲ୍ଲାରେ ଏବଂ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବାସ୍ତବରେ ଏହି ସଂଖ୍ୟା ୪୦୦ ରୁ ଉର୍ଦ୍ଧ୍ୱ ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଏକ ପ୍ରେସ
ଯାଜପୁର ଜିଲ୍ଲାର ଝାଡ଼ାବାନ୍ତି ଘଟଣାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳ ସ୍ଥିତି ପରିଲକ୍ଷିତ ହୋଇଛି – ଯୁବ କଂଗ୍ରେସ


ଭୁବନେଶ୍ୱର,୧୧ ଜୁନ (ହି.ସ.) - ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ୨୦୦ ରୁ ଅଧିକ ଜିଲ୍ଲାରେ ଏବଂ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବାସ୍ତବରେ ଏହି ସଂଖ୍ୟା ୪୦୦ ରୁ ଉର୍ଦ୍ଧ୍ୱ ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବହୁ ରୋଗୀଙ୍କୁ କଟକ ସ୍ଥିତ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯାଜପୁର ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହା ସରକାରୀ ବ୍ୟବସ୍ଥା ରହିଛି ତାହା ଝାଡ଼ାବାନ୍ତିକୁ ନିୟନ୍ତ୍ରଣ ପାଇଁ ବି ସମର୍ଥ ନୁହେଁ। ସମୁଦାୟ ୬୩ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରୁ ମାତ୍ର ୧୧ ଜଣ ଡାକ୍ତର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଦେଉଛନ୍ତି। ମୋହନ ସରକାର ଯାଜପୁର ଜିଲ୍ଲା ତଥା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣୁଥୁବାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ବିକଳଚିତ୍ର ଏଠାରେ ପରିଲକ୍ଷିତ ହେଉଛି। ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରି ନାହାନ୍ତି। ବର୍ଷାଦିନ ହୋଇଥିବା ହେତୁ ଝାଡ଼ାବାନ୍ତି ହୁ ହୁ ହୋଇ ବ୍ୟାପିଯିବାର ସମ୍ଭାବନା ରହିଥିବାରୁ ସରକାର ଯୁଦ୍ଧକାଳୀନ ଭିଭିରେ ଏହାକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ସାମଲ ଦାବି କରିଛନ୍ତି। ପରିସ୍ଥିତି ସଂଗୀନ ଥିବାବେଳେ ସ୍ୱାସ୍ଥ୍ୟ ସଚିବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ତତ୍ପରତା ଦେଖାଦେବା କଥା ତାହା ଦେଖାଉନାହାନ୍ତି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି। ଯେଉଁ ଆକ୍ରାନ୍ତ ମାନେ ସରକାରୀ ଡାକ୍ତରଖାନା ମାନଙ୍କରେ ଭର୍ତି ହୋଇଛନ୍ତି ସେମାନଙ୍କୁ ଉତମ ଚିକିତ୍ସା ରାଜ୍ୟ ସରକାର ଯୋଗାଇ ଦେବା ସହ କିପରି ଭାବରେ ଝାଡାବାନ୍ତି ନିୟନ୍ତ୍ରଣକୁ ଆସିବ ସେଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଯୁବ କଂଗ୍ରେସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande