ବିଜେପି କେନ୍ଦ୍ର ସରକାର୧୧ ବର୍ଷ ଓ ରାଜ୍ୟ ମୋହନ ସରକାରଙ୍କ ଏକ ବର୍ଷ ଉପଲବ୍ଧି କହିଲେ ମନ୍ତ୍ରୀ ରବି ନାଏକ
ବଲାଙ୍ଗିର, 12 ଜୁନ୍ (ହି.ସ.) ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ସରକାର ର ଉପମୁଖ୍ୟାମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ. ଓଡିଶା ସରକାର ଙ୍କର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ବିଭାଗ ମନ୍ତ୍ରୀ ଶ୍ର
ବିଜେପି କେନ୍ଦ୍ର ସରକାର୧୧ ବର୍ଷ ଓ ରାଜ୍ୟ ମୋହନ ସରକାର ଙ୍କ ଏକ ବର୍ଷ ଉପଲବ୍ଧି କହିଲେ ମନ୍ତ୍ରୀ ରବି ନାଏକ


ବଲାଙ୍ଗିର, 12 ଜୁନ୍ (ହି.ସ.)

ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ସରକାର ର ଉପମୁଖ୍ୟାମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ. ଓଡିଶା ସରକାର ଙ୍କର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ. କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲଖଣ ବାଗ. ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା. ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ. ଦିନେଶ ଶର୍ମା. ପଂକଜିନୀ ପଣ୍ଡା. ମିଡିଆସେଲ ସଂଯୋଜକ ଚିତ୍ରସେନ ବେହେରା ଅମିତ ସିଂ ନିନା ଉପସ୍ଥିତ ଥିଲେ.ଭାରତୀୟ ଜନତାପାର୍ଟି କେନ୍ଦ୍ର ସରକାର ଙ୍କ 11ବର୍ଷ ଓ ଓଡିଶା ରାଜ୍ୟ ସରକାର (ଡବଲ ଇଞ୍ଜିନ) 1ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଙ୍କ ଉପଲବ୍ଧି ଓ ସମସ୍ତ ଯୋଜନା ବିଷୟରେ ସୂଚନା ଦେଲେ.କେନ୍ଦ୍ରସରକାର ଙ୍କ ଅପରେସନ ସିନ୍ଦୁର ଓ ରେଳ ପ୍ରକଳ୍ପ ସଡ଼କ ପରିବହନ. ଶିକ୍ଷା କ୍ଷେତ୍ରରେ ପ୍ରଗତି. ଚନ୍ଦ୍ରଜାନ ଓ ସମସ୍ତ ଙ୍କୁ ବାସଗୃହ ଦେବା. ଓ ରାଜ୍ୟ ସରକାର ଙ୍କ 1ବର୍ଷ ରେ ବିଭିନ୍ନ ଯୋଜନା କୃଷକ ମାନଙ୍କୁ ଧାନର ମୂଲ୍ୟ ଅଧିକଦେବା.ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା.ସାଠେ ବର୍ଷ ରୁ ଅଧିକ ବୟସ ଲୋକମାନଙ୍କୁ ଅଧିକ ଟଙ୍କା ପେନସନ ଦେବା ଓ ରାଜ୍ୟ ରେ ବିଜେପି ସରକାର ଙ୍କ ଉପଲବ୍ଧି ବିଷୟରେ ମନ୍ତ୍ରୀ ରବିନାରାୟଣ ନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଲେ. ଦାଦନ ସମସ୍ୟା କୁନେଇ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ ବିଜେପି ସରକାର ଆସିଲାପରେ ଦାଦନ ସମସ୍ୟା କିଛି ପରିମାଣ କମିଛି ବୋଲି କହିଲେ.

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande