ଦେଓଗାଁ ବନାଞ୍ଚଳରେ ହାତୀପଲ
ବଲାଙ୍ଗିର, ୧୩ ଜୁନ୍ (ହି.ସ.)- ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ହାତିସରା ଓ ନାଇକେନରା ଠାରେ ୧୩ ଟିକିଆ ହାତୀପଲ ଥିବା ବନ ବିଭାଗ ସୂଚନା ଦେଇଛି । ଫଳରେ ଅଞ୍ଚଳର ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ରେଞ୍ଜର ଯୁଧିଷ୍ଠିର ଜାଲ ସୂଚନା ଦେଇଛନ
ଦେଓଗାଁ ବନାଞ୍ଚଳରେ ହାତୀପଲ


ବଲାଙ୍ଗିର, ୧୩ ଜୁନ୍ (ହି.ସ.)- ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ହାତିସରା ଓ ନାଇକେନରା ଠାରେ ୧୩ ଟିକିଆ ହାତୀପଲ ଥିବା ବନ ବିଭାଗ ସୂଚନା ଦେଇଛି । ଫଳରେ ଅଞ୍ଚଳର ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ରେଞ୍ଜର ଯୁଧିଷ୍ଠିର ଜାଲ ସୂଚନା ଦେଇଛନ୍ତି । ହାତୀଙ୍କ ପାଇଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ଲୋକେ ଗୋଟିଏ ପଟେ ହାତୀ ଆତଙ୍କରେ ଆତଙ୍କିତ ଥିବାବେଳେ ବିଦ୍ୟୁତ କାଟ ଅତିଷ୍ଠ କରିଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande