ବରଗଡରେ ଜିଲ୍ଳା ସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 13 ଜୁନ୍ (ହି.ସ.)- ଲୋକଙ୍କ ସରକାରର ସେବା, ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଯଦୁମଣି ଅଡିଟୋରିୟମ, ବରଗଡ଼ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେ
ବରଗଡରେ ଜିଲ୍ଳା ସ୍ତରୀୟ     ବିକାଶ ମେଳା-୨୦୨୫ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 13 ଜୁନ୍ (ହି.ସ.)- ଲୋକଙ୍କ ସରକାରର

ସେବା, ସୁଶାସନ ଓ ସଫଳତାର ୧ ବର୍ଷ

ପୂର୍ତ୍ତି ଉପଲକ୍ଷେ ଯଦୁମଣି ଅଡିଟୋରିୟମ, ବରଗଡ଼ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନୀ ଉତ୍ସବରେ ମୁଖ୍ୟ

ଅତିଥି ଭାବେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ସେଠାରେ ପ୍ରଦର୍ଶିତ

ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ ଓ

ସ୍ଥାନୀୟ ଉତ୍ପାଦ ଏବଂ ଓଡ଼ିଆ ଫୁଡ୍‌ କୋର୍ଟ ବୁଲି ଦେଖିଛନ୍ତି ମନ୍ତ୍ରୀ। ଏହି ବିଶେଷ ଅବସରରେ

ସେଠାରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ସାମିଲ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ ମଧ୍ୟ

କରିଛନ୍ତି ।

ଏହି ସମାରୋହରେ ବରଗଡ଼ ସାଂସଦ

ଶ୍ରୀ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର

ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ ପ୍ରମୁଖ

ଉପସ୍ଥିତ ଥିଲେ।

ଏହି ଅବସରରେ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଗଠନର ପ୍ରଥମ ବର୍ଷ ପୂର୍ତ୍ତି

ହେବା ସହ ଦେଶରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ବର ୧୧ବର୍ଷ

ପୂର୍ତ୍ତି ହୋଇଛି। ଯଶସ୍ଵୀ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀଜୀ ସବୁବେଳେ ପୂର୍ବ-ଭାରତକୁ ପ୍ରାଥମିକତା ଦେଇଛନ୍ତି ଏବଂ ଓଡ଼ିଶା

ପୂର୍ବ-ଭାରତ ବିକାଶର ପ୍ରବେଶ ପଥ ସାଜିଛି ।

ସେ କହିଛନ୍ତି ଯେ, ଓଡ଼ିଶାର

ଲୋକପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଗତ ଏକ

ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ

ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ

ସୃଷ୍ଟି କରି ପାରିଛି। ଜନ ଶୁଣାଣି ମାଧ୍ୟମରେ ବିଗତ ଦୁଇ ଦଶନ୍ଧି ଧରି ସରକାର ଓ ଜନତାଙ୍କ ଭିତରେ

ରହିଥିବା ଦୂରତାକୁ ଭାଙ୍ଗି ଆମେ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରୁଛୁ । ଆମ ସରକାର ସୁଭଦ୍ରା

ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିଛନ୍ତି। ସମୃଦ୍ଧ କୃଷକ ନୀତି

ମାଧ୍ୟମରେ ଧାନ ଉପରେ ୮୦୦ ଟଙ୍କାର ଇନପୁଟ ସବ୍‌ସିଡି ଦେଇ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩,୧୦୦ ଟଙ୍କାକୁ ବୃଦ୍ଧି କରିବା ଦ୍ଵାରା ଚାଷୀ ଭାଇ ଭଉଣୀମାନଙ୍କୁ ଫସଲର ଉପଯୁକ୍ତ

ମୂଲ୍ୟ ଦିଆଯାଉଛି। ଅନ୍ତ୍ୟୋଦୟ ଗୃହ ଯୋଜନା ଦ୍ୱାରା ଗରିବ ପରିବାରଙ୍କର ପକ୍କାଘରର ସ୍ୱପ୍ନ ପୂରଣ ହେଉଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ

ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଲାଗୁ ହୋଇଛି। ସେହିପରି ଶିଳ୍ପ,

କୃଷି ଓ ନିଯୁକ୍ତି କ୍ଷେତ୍ରରେ ଆମ ସରକାର ୨୪ ବର୍ଷର

ସମସ୍ତ ରେକର୍ଡ ଭାଙ୍ଗି ବିକାଶର ଶିଖର ଛୁଇଁପାରିଛି। ୮୦ ବର୍ଷ ବଯସରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗଙ୍କ

ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିବା ଦ୍ଵାରା ସେମାନଙ୍କ ମୁହଁରେ ଆଜି ହସ ଫୁଟିପାରିଛି। ଆମେ ବର୍ଷେ ଭିତରେ ୨୧ ଟି ପ୍ରତିଶ୍ରୁତିରୁ

୧୧ ଟି ପ୍ରତିଶ୍ରୁତି ପୂରଣ କରିସାରିଛୁ। ଆମ ସରକାର କେବଳ କଥାରେ ନୁହେଁ କାମରେ ବିଶ୍ୱାସ କରେ।

ଆଜି ଏହି ବିଶେଷ ଅବସରରେ

ମହାନ୍ କୋଷଲି କବି ପଦ୍ମଶ୍ରୀ ହଳଧର ନାଗ ଏବଂ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ

କରାଯାଇଛି। ଏହାସହ କେତେକ ସଫଳ କୃଷକ, ସ୍ଵେଚ୍ଛାସେବୀ

ଅନୁଷ୍ଠାନ, ଜିଲ୍ଲାସ୍ତରୀୟ

ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତାର ବିଜେତା,

ସାହାଣି କପ ବିଜେତା ଦଳ,

ପାରା ଅଲମ୍ପିକ ବିଜେତା (ଭିନ୍ନକ୍ଷମ ବିଭାଗ) ଏବଂ ସଫଳ

ସୁଭଦ୍ରା ହିତାଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି ସମାରୋହରେ ଆୟୁଷ୍ମାନ

ବୟୋ ବନ୍ଦନା ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ, ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ,

ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ,

ନୂତନ ଶ୍ରମିକ କାର୍ଡ ବଣ୍ଟନ ଏବଂ ସିଏଫଆର ପଟ୍ଟା

ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande