ଗଞ୍ଜାମ, ୧୨ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାରେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ହେଵା ଫଳରେ ବ୍ରହ୍ମପୁର ସହର ଏକ ପ୍ରକାର ଜଳବନ୍ଦୀ ହୋଇ ଡ୍ରେନରେ କାଦୁଅ ମାଟିପଙ୍କ ପୋତିହୋଇ ମଇଳା ପାଣି ନିଷ୍କାସିତ ହୋଇନପାରି ସହର ମଶାମାଛିରେ ପରିପୂର୍ଣ୍ଣ ହୋଇପଡିଥିଲା। ବ୍ରହ୍ମପୁର ମହାନଗର ନିଗମ(ଵିଇଏମସି) କର୍ତୁପକ୍ଷ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ସହରର ନାଳ ନର୍ଦ୍ଦମା ଗୁଡିକର ସଫେଇ କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀଙ୍କ ମନରେ ଆଶ୍ଵସ୍ତ ଭାଵ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ