ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା
ଜୟପୁର , 25 ଜୁନ୍ (ହି.ସ.)କୋରାପୁଟ ସଦଭାବନା ସଭାଗୃହ ଠାରେ ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେ
ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା


ଜୟପୁର , 25 ଜୁନ୍ (ହି.ସ.)କୋରାପୁଟ ସଦଭାବନା ସଭାଗୃହ ଠାରେ ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ପ୍ରସାର ନିମନ୍ତେ କର୍ମଶାଳାରେ ଆଲୋଚନା କରାଯାଇଥିଲା ।କୋରାପୁଟର କଳାଜିରା ଚାଉଳ, କୋଟପାଡର ଶାଢ଼ୀ ଏବଂ କୋରାପୁଟ କଫିର ମାର୍କେଟିଂ, ବ୍ରାଣ୍ଡିଂ ଓ ଅଧିକୃତ ବ୍ୟବହାରକାରୀ ପଞ୍ଜିକରଣ ସଂପର୍କରେ କର୍ମଶାଳା ଆୟୋଜନ କରାଯାଇଥିଲା।ଏହି କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଓରମାସ ଡେପୁଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ , ଫିଇଓ ଓଡିଶା ମୁଖ୍ୟ କମଳା କାନ୍ତ ସାହୁ ଟେକ୍ସଟାଇଲ କମିଟିର ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଯୋଗଦେଇ ପରିଚାଳନା କରିଥିବା ବେଳେ ଡିଆଇସି ଜେନେରାଲ ମ୍ୟାନେଜର ଚିନ୍ମୟ ପରିଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande